Odia News Portal

୫ବର୍ଷ ଦିଅ ବିକାଶ ଆଣିବୁ : ଅମିତ ଶାହା

ଆଜି ଓଡିଶା ଆସିଛନ୍ତି ଅମିତ ଶାହା । କୁଳିଆ ସଭା ପୂର୍ବରୁ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମମାଟି ସତ୍ୟଭାମାପୁର ଠାରେ ପହଞ୍ଚି ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ମଧୁବାବୁଙ୍ଗ ପୈତୃକ ଘରକୁ ବୁଲି ଦେଖିଥିଲେ।ସମାବେଶରେ ରାଜ୍ୟ ସରକାର ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।
ଶାହା କହିଛନ୍ତି :ବିଜେପି ସରକାର ଆସିଲେ ଓଡ଼ିଶା ନମ୍ବର ୱାନ୍ ରାଜ୍ୟ ହୋଇପାରିବ । ଓଡ଼ିଶା ବିକାଶରେ ବାଧା ସାଜିଛନ୍ତି ରାଜ୍ୟ ସରକାର । ରାଜ୍ୟର ୪୦ ପ୍ରତିଶତ ଲୋକଙ୍କର ଘର ନାହିଁ । ୩୮ ପ୍ରତିଶତ ଲୋକଙ୍କ ପାଖରେ ପାନୀୟ ଜଳ ପହଞ୍ଚିପାରିନି । ସରକାରଙ୍କର ନୀତି ଓ ନୈତିକତାର ଅଭାବ ରହିଛି । ବିଜେପି ସରକାର ଆୟୁଷ୍ମାନ ଯୋଜନାରେ ପ୍ରଣୟନ କଲେ । କିନ୍ତୁ ମୋଦି ଲୋକପ୍ରିୟତା ଭୟରେ ନବୀନ ଏହାକୁ ରାଜ୍ୟରେ ଲାଗୁ କରୁନାହାନ୍ତି । ଓଡ଼ିଶାକୁ ଦୀର୍ଘ ବର୍ଷ ବିଜେଡ଼ି ଓ କଂଗ୍ରେସ ଶାସନ କଲେ । ଏବେ ୫ ବର୍ଷ ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ ।
ପ୍ରାକୃତିକ ସମ୍ପଦ ଭରପୁର ଥିବା ସତ୍ତ୍ବେ ଓଡିଶା ଗରୀବ । କାରଣ ଏଠାର ସରକାର ବିକାଶ କରିବାକୁ ଚାହୁଁନାହାନ୍ତି । କଂଗ୍ରେସ ସରକାରଙ୍କ ୫ବର୍ଷ ଶାସନକାଳରେ ୭୯ହଜାର କୋଟି ଟଙ୍କା ଓଡିଶାକୁ ମିଳିଥିଲା । କିନ୍ତୁ ମୋଦି ସରକାରଙ୍କ ଅମଳରେ ୨ଲକ୍ଷ ୧୧ହଜାର କୋଟି ସହ ରେଳବାଇ ଡିଏମଏଫ ମୁଦ୍ରା ଲୋନ ଇତ୍ୟାଦି କ୍ଷେତ୍ରରେ ଅନୁଦାନକୁ ମିଶାଇ ୫ଲକ୍ଷ ୧୩ହଜାର କୋଟି ଟଙ୍କା ଓଡିଶାକୁ ପ୍ରଦାନ କରାଯାଇଛି । କିନ୍ତୁ ଏହା ଗାଁ କୁ ଯାଇପାରୁନି । କଂଗ୍ରେସ ଓ ରାହୁଲଙ୍କୁ କଟାକ୍ଷ କରିଛନ୍ତି ଶାହ ।