ମୁମ୍ବାଇ: ପ୍ରେମ ଅନ୍ଧ ହୋଇଥାଏ, ଏହି ଲାଇନକୁ ଏବେ ଯାଏଁ ଅଧିକାଂଷ ଫିଲ୍ମଷ୍ଟାର ସାବ୍ୟସ୍ତ କରିସାରିଲେଣି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କେତେକ କଳାକାର ଅଛନ୍ତି ଯେଉଁମାନେ ନିଜଠୁ ଛୋଟ,ନିଜଠୁ ବଡ଼ କିମ୍ବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ବିବାହ କରିଥାଆନ୍ତି। ଆଜି ଆମେ ଜାଣିବା ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ ଯିଏ ୧୭ବର୍ଷର ହୋଇ ମଧ୍ୟ ୩୩ବର୍ଷର ଅଭିନେତାଙ୍କୁ ଡେଟ୍ କରୁଛନ୍ତି। ଏହି ଅଭିନେତ୍ରୀଙ୍କ ନାଁ ହେଲା ରିମ୍ ଶେଖ୍। ୨୦୦୨ମସିହା ସେପ୍ଟେମ୍ବର ୮ତାରିଖରେ ଜନ୍ମ ହୋଇଥିବା ରିମ୍ ୬ବର୍ଷ ବୟସରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏନଡିଟିଭି ଇମାଜିନରେ ‘ଦେବୀ’ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଭୂମିକାରେ ଅଭିନୟ କରିଥିବା ପାଇଁ ତାଙ୍କୁ ୨୦୧୦ମସିହାରେ ନ୍ୟୁ ଟ୍ୟାଲେଣ୍ଟ ଆଓ୍ବାର୍ଡ଼ ମିଳିଥିଲା।
ଏହା ପରଠୁ ସେ ଅନେକ ଟିଭି ସିରିୟେଲ୍ ଏବଂ ବିଜ୍ଞାପନରେ କାମ କରିସାରିଛନ୍ତି। ସେ ଗତ ବର୍ଷ ଜି ଟିଭିରେ ଦେଉଥିବା ‘ତୁଝସେ ହେ ରାବତା’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଯାହା ଫଳରେ ସେ ଚର୍ଚ୍ଚାରେ ରହିଥିଲେ। ଏହା ବ୍ୟତୀତ ସେ ନିଜର ପ୍ରେମ ଖବର ପାଇଁ ମଧ୍ୟ ସୋଶିଆଲ ମିଡିଆରେ ଖୁବ୍ ଚର୍ଚାରେ ଅଛନ୍ତି। ରିମ୍ ଶେଖ୍ ଏବେ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ସେହବାନ ଅଜିମଙ୍କୁ ଡେଟ୍ କରୁଛନ୍ତି। ଏହା ସହିତ ଏହା ଶୁଣିବାକୁ ମିଳିଛି ଯେ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଦୁହେଁ ଏକାଠି ‘ତୁଝସେ ହେ ରାବତା’ରେ ଅଭିନୟ କରୁଛନ୍ତି। ଏହି ସିରିୟଲରେ ତାଙ୍କ ଯୋଡ଼ିକୁ ମଧ୍ୟ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି।
