Odia News Portal

ଆଜି ୧୨ଘଣ୍ଟିଆ ଭୁବନ ବନ୍ଦ

ଢେଙ୍କାନାଳ : ଆଜି ୧୨ଘଣ୍ଟିଆ ଢେଙ୍କାନାଳ ଜିଲ୍ଲା ଭୁବନ ବନ୍ଦ। ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଭୁବନେ ମେଡିକାଲରେ ସ୍ଥାୟୀ ନିଯୁକ୍ତି ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ମେଡିକାଲ ଉପରେ ବ୍ଲକର ୧୮ଟି ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରନ୍ତି। ହେଲେ ଏଠାରେ ଜଣେ ବି ସ୍ଥାୟୀ ଡାକ୍ତର ନାହାଁନ୍ତି। ଦୀର୍ଘ ବର୍ଷ ଧରି ଡାକ୍ତର ପଦବୀ ପାଇଁ ଦାବି କରାଯାଉଥିଲେ ମଧ୍ୟ ପୂରଣ ନହେବାରୁ ଆଜି ଭୁବନ ବନ୍ଦ କରାଯାଉଛି। କର୍ମୀମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ଗାଡି ଚଳାଚଳ ଠପ୍‌ କରିଦେଇଛନ୍ତି। ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡିମୋଟର ଅଟକି ରହିଛି