Odia News Portal

ଓଡିଶାରେ କଂଗ୍ରେସ ପାଇଁ ଛତିଶଗଡ, ରାଜସ୍ଥାନ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ !

ଭୁବନେଶ୍ବର:  କଂଗ୍ରେସ ପ୍ରଚାର ମଇଦାନ କୁ ଓହ୍ଲାଇବେ ଷ୍ଟାର ପ୍ରଚାରକ।  ନିଜେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଚାର କରିବା ସହିତ ଛତିଶଗଡ, ରାଜସ୍ଥାନ, ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ମଧ୍ୟ ଓଡିଶାରେ ପ୍ରଚାର କରିବେ। ଏନେଇ ପଞ୍ଜାବ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦିଆ ସରିଥିବାବେଳେ ଗତ କାଲି ରାୟପୁର ଯାଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ନିମନ୍ତ୍ରଣ କରିଛନ୍ତି। ଚଳିତ ଫେବୃଆରୀ ମାସ​‌ରେ ଛତିଶଗଡ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାକୁ ଆସିବେ। ତାପରେ ରାଜସ୍ଥାନ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରଚାରକୁ ଆସିବେ। କଂଗ୍ରେସର ଏଭଳି ରଣନୀତି ଦେଖି ବିଜେଡି ଓ ବିଜେପି ପ୍ରତିକ୍ରିୟାଶୀଳ ହୋଇଛନ୍ତି। କଂଗ୍ରେସ ବାହାରୁ ଯେତେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଚାରକୁ ଆଣିଲେ ବି କିଛି ପ୍ରଭାବ ପଡିବାର ନାହିଁ ବୋଲି ବିଜେଡି କହିଛି। କାରଣ ୨୦୧୪ରେ ବି କଂଗ୍ରେସ ଅନେକ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଚାରକୁ ଆଣିଥିଲା କିଛି ପ୍ରଭାବ ପଡିନ୍‌ଥିଲା। ଏପଟେ ବିଜେପି କହିଛି ଆଗ କଂଗ୍ରେସ ମହାନଦୀ ମସମସ୍ୟା ସମାଧାନ କରୁ ତାପ​‌ରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଚାରକୁ ଆଣିବ।