Odia News Portal

ପୋଲ ତଳେ ପୁଳା ପୁଳା ମେଡିସିନ୍‌

ନୟାଗଡ଼ : ପୋଲ ତଳେ ପୁଳା ପୁଳା ମେଡିସିନ୍‌ । ନୟାଗଡ଼ ଗୋଛାବାଲି ବ୍ରିଜ୍‌ ତଳୁ ମେଡିସିନ୍‌ ମିଳିଛି । ବିପୁଳ ପରିମାଣର ମେଡିସିନ୍‌ ପୋଲ ତଳେ ଖତ ଖାଉଛି । ତେବେ କିଏ ଓ କାହିଁକି ଏତେ ମେଡସିନ୍‌ ପକାଇଛି, ତାହା ଜଣାପଡ଼ିନାହିଁ । ଏନେଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।