Odia News Portal

ଘଟଗାଁ ଚାଷୀ ମହାସମାବେଶ : ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେଲା “କାଳିଆ ସ୍କଲାର”

ଘଟଗାଁ: ଆଜି ନବୀନ ପଣ୍ଡାପଡା ଠାରେ ପ୍ରଥମେ ମା ତାରିଣୀଙ୍କୁ ସମ୍ବୋଧିତ କରି ନିଜର ବକ୍ତବ୍ଯ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଜନହିତକର ପଦକ୍ଷେପ ଗ୍ରହଣ କରି ଚାଲିଛନ୍ତି। ଯୋଜନା ଘୋଷଣା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ରବିବାର ମୁଖ୍ୟମନ୍ତ୍ରୀ କେଉଁଝର ଗ୍ରସ୍ତ କରିଥିବା ବେଳେ ସେଠାରେ ‘ କାଳିଆ ‘ ନାମରେ ଆଉ ଏକ ଯୋଜନା ଶୁଭାରମ୍ଭ କରିଛନ୍ତି।

ଏହି ଯୋଜନାର ନାମ “କାଳିଆ ଛାତ୍ରବୃତ୍ତି” ରଖା ଯାଇଛି। କାଳିଆ ଯୋଜନାର ହିତାଧିକାରୀଙ୍କ ପୁଅଝିଅ ମାନେ ଉଚ୍ଚ ଶିକ୍ଷା ପାଇଁ ଏହି ଯୋଜନାର ଲାଭ ପାଇ ପାରିବେ। କେଉଁଝରର ପଣ୍ଡାପଡାରେ କାଳିଆ ଚାଷୀ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିଛନ୍ତି । ମେରିଟ୍ ଲିଷ୍ଟରେ ଥିବା ଚାଷୀଙ୍କ ପିଲାଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ସ୍କଲାରସିପ୍ ସୁବିଧା ମିଳିବ ବୋଲି ଘୋଷଣା କରିଛନ୍ତି ନବୀନ ।