ନୂଆପଡା : ପୋଲିସକୁ ବାନ୍ଧିଲା ପୋଲିସ । ଭିଜିଲାନ୍ସ ଜାଲରେ ଫସିଛନ୍ତି ନୂଆପଡା ଜିଲ୍ଲା ସିନାପାଲି ଥାନାର ଏଏସ୍ଆଇ କୃଷ୍ଣ ବଲ୍ଲଭ ଶବର । ଏକ ମାମଲାକୁ ଦଫାରଫା କରାଇବାକୁ ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ବରପଦର ଗାଁର ପୁସ୍ତମ ଛତ୍ରିଆଙ୍କଠାରୁ ଏକ ମାମଲା ବାବଦରେ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏଏସଆଇ କୃଷ୍ଣ ଶବର । ପୂର୍ବ ଯୋଜନା ମୁତାବକ ଭବାନୀପାଟଣା ଭିଜିଲାନ୍ସ ଟିମ୍ ଚଢାଉ କରି ଏଏସ୍ଆଇଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କାକୁ ଜବତ କରିଛି । ଏନେଇ ଡିଏସପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି ।
