ଉମରକୋଟ : ଆଜି ଦିନିକିଆ ଗସ୍ତରେ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବାହ୍ନ ୧୧ଟା ୫୫ରେ ଉମରକୋଟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ହେଲିକପ୍ଟର ଅବତରଣ ପରେ ଏକ ସାଧାରଣ ସଭାରେ ଯୋଗଦେବେ।
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୨ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି। ୧୦୦ରୁ ଉର୍ଦ୍ଧ୍ବ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜତି କରାଯାଇଛି। ଡିଆଇଜି ଏବଂ ଆରକ୍ଷୀ ଅଧିକାରୀ ପୁରା ସୁରକ୍ଷା ଦାୟିତ୍ବର ତଦାରଖ କରିବେ। ନକ୍ସଲଙ୍କ ଗତିବିଧିକୁ ଆଖି ଆଗରେ ରଖି ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ବିଏସଏଫ , ଡିଭିଆର ଟିମ କୁମ୍ବିଙ୍ଗ ଅପରେସନ ଜାରି ରଖିଥିବା ସୂଚନା ଦେଇଛନ୍ତି ଉମରକୋଟ ଏସଡିପିଓ।
