Odia News Portal

ସଇଁତଳାରେ କଲରାପତରିଆ ବାଘର ମୃତଦେହ ଠାବ

ଟିଟିଲାଗଡ଼ : ଟିଟିଲାଗଡ଼ ବଡମାଳ ଗୋଳାବାରୁଦ କାରଖାନା ରାସ୍ତାରୁ ବାଘର ମୃତଦେହ ଠାବ କରାଯାଇଛି। ତେବେ କିପରି ବାଘର ମୃତ୍ୟୁ ହେଲା ସେନେଇ କାରଣ ଜଣାପଡିନାହିଁ। ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଗତ ୧୫ ଦିନ ପୂର୍ବରୁ ଗୋଳାବାରୁଦ କାରଖାନା ପରିସରରେ ୩ଟି ବାଘ ବୁଲୁଥିବା ଦେଖିବାକୁ ମିଳିଥିଲା ।