Odia News Portal

୬ବର୍ଷର ରେକର୍ଡ ଭାଙ୍ଗିଲା ସୁନା

ଦିଲ୍ଲୀ : ଚାଲିଛି ବାହାଘର ଋତୁ । ବାହାଘର ପାଇଁ ସୁନା ରୁପାର ମୂଲ୍ୟ ବଢି ଯାଇଛି । ସୋମବାର ଦିନ ଦିଲ୍ଲୀ ବଜାରରେ ସୁନାର ମୂଲ୍ୟ ବୃଦ୍ଧି ପାଇଛି । ସୁନାର ଚାହିଦା ବଢି ଯାଇଥିବାରୁ ଏହିଭଳି ଚଢା ଦରରେ ବିକ୍ରି ହେଉଛି ସୁନା ଗହଣା । ସୁନା ଦର ବୃଦ୍ଧି ହୋଇ ୧୦ ଗ୍ରାମକୁ ୩୪୪୫୦ ଟଙ୍କା ହୋଇଯାଇଛି । ଅଲ ଇଣ୍ଡିଆ ସରାଫା ଆସୋସିଏସନ ଅନୁଯାୟୀ, ଲୋକାଲ ଗହଣାର ଚାହିଦା କୁ ଦେଖି ସୁନାର ଦର ବୃଦ୍ଧି ହୋଇଛି । ଅପରପକ୍ଷରେ ରୁପାର ମୂଲ୍ୟ ହ୍ରାସ ପାଇଛି ।

କମ୍ପାନୀ ଗୁଡିକର ମୁଦ୍ରା ନିର୍ମାତା କମ୍ପାନୀର କମ ଚାହିଦା ଯୋଗୁଁ ରୁପା ୧୩୦ ଟଙ୍କା ହ୍ରାସ ପାଇ ୪୧,୫୩୦ ଟଙ୍କା ହୋଇଯାଇଛି ।
ରାଜଧାନୀ ଦିଲ୍ଲୀରେ ୯୯.୯ ପ୍ରତିଶତ ତଥା ୯୯.୫ ପ୍ରତିଶତ ଶୁଦ୍ଧ ସୁନାର ମୂଲ୍ୟ ୩୪୦ ଟଙ୍କା ବୃଦ୍ଧି ପାଇ ୩୪୪୫୦ ଟଙ୍କା ହୋଇଯାଇଛି । ଅପରପକ୍ଷରେ ସୁନା ମୁଡ଼ଆ ପ୍ରତି ୮ ଗ୍ରାମକୁ ୨୬,୧୦୦ ଟଙ୍କା ହୋଇଯାଇଛି ।