ଫେବୃଆରୀ ମାସକୁ ପ୍ରେମ ମାସ କୁହାଯାଏ । ଏହି ମାସରେ ପ୍ରେମି ଯୁଗଳ ନିଜ ପ୍ରେମକୁ ସମ୍ନାନ ଦେଇଥାନ୍ତି । କାରଣ ଏହି ମାସରେ ଭାଲେଣ୍ଟାଇନ ଡେ ପଡିଥାଏ । ଯାହାକୁ ପ୍ରେମ ଦିନ ବୋଲି କୁହାଯାଏ । ଏହି ଦିନ ଖାଲି ଓଡିଶାରେ ନୁହେଁ ପୁରା ଦେଶରେ ଏହି ଦିନକୁ ପାଳନ କରାଯାଏ । ହେଲେ ଭାଲେଣ୍ଟାଇନ ଡେ ପୂର୍ବରୁ ଆରମ୍ଭ ହୋଇଥାଏ ଅନେକ ପ୍ରେମର ଦିନ । ଆଉ ପ୍ରଥମେ ଆସିଥାଏ ରୋଜ ଡେ ।
ପ୍ରେମ ଆବେଦନ କରିବାର ସହଜ ଓ ସୁନ୍ଦର ଉପାୟ ହେଲ ଫୁଲପ୍ରଦାନ କରିବା । ସେ ମଧ୍ୟ କେବଳ ଲାଲ ଗୋଲାପ ଫୁଲ । ଏହା ପ୍ରେମର ସଂଙ୍କେତ ବୋଲି କୁହାଯାଏ । ତାସହ ଲାଲ ରଙ୍ଗକୁ ପ୍ରେମର ରଙ୍ଗ ବୋଲି କୁହାଯାଏ । ଏହା ଦେବା ଦ୍ୱାରା ସାଥୀଙ୍କୁ ଆପଣ ଅନୁଭବ କରାନ୍ତି କି ଆପଣ ତାଙ୍କୁ ପସନ୍ଦ କରିଥାନ୍ତି ।
