ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଜଣେ ଭ୍ରଷ୍ଟାଚାରୀ, ଅପାରଗ, ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଭାବେ ଚିତ୍ରଣ କରି ତାଙ୍କୁ ‘ଶାସନ କ୍ଷମତାରୁ ଓପାଡ଼ି ଫିଙ୍ଗି ଦେବା ପାଇଁ’ ଶାସକ ବିଜେପି ଦଳର ବରିଷ୍ଠ ନେତାମାନେ ଆହ୍ଵାନ ଦେଉଥିବା ବେଳେ ଆଜି ମମତାଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି ଦେଶର ଧନୀ ନମ୍ବର ୧ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ
‘ବେଙ୍ଗଲ ଗ୍ଲୋବାଲ ବିଜିନେସ୍ ସମିଟ୍ ୨୦୧୯’ରେ ଉଦବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ମମତାଙ୍କର ଭୂରି ଭୂରି ପ୍ରଶଂସା କରିଛନ୍ତି ମୁକେଶ ଅମ୍ବାନୀ । ମମତାଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ଦ୍ରୁତ ବିକାଶ ସାଧିତ ହୋଇଥିବା ବେଳେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି ବୋଲି କହିଛନ୍ତି ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ।
ସେ ଆହୁରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗ ‘ଶ୍ରେଷ୍ଠ’ ବେଙ୍ଗଲରେ ପରିଣତ ହୋଇ ପାରିଛି ।
