Odia News Portal

ଇଷ୍ଟ ପଏଣ୍ଟ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଭୁବନେଶ୍ୱର : ସ୍ଥାନୀୟ ରସୁଲଗଡ଼ ସ୍ଥିତ ଇଷ୍ଟ ପଏଣ୍ଟ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଆଜି ପାଳନ କରାଯାଇଛି। ଏହି ଉତ୍ସବରେ ଅତିଥି ଭାବରେ ଅବସର ପ୍ରାପ୍ତ ଇଂରାଜୀ ପ୍ରଫେସର ଦୂରଦର୍ଶନ ର ସମ୍ବାଦ ପାଠକ ନାଟ୍ୟକାର ଓ ଲେଖକ ଡକ୍ଟର ରମାକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଉତ୍ସବରେ କୁର୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ପରେ ପିଲା ମାନେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସ୍କୁଲର ପ୍ରବନ୍ଧକ ବିଦ୍ୟାଧର ଦାସ ସମସ୍ତ ପ୍ରକାର ସହଯୋଗ କରିଥିଲେ।