ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଓ ପରୀକ୍ଷା ବାତିଲ୍ ପରେ ଯୁକ୍ତ୨ ଥିଓରି ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିଦ ହଜିଯାଇଛି। ଗତବର୍ଷ ପରି ଏଥର ମଧ୍ୟ ଯୁକ୍ତ୨ ପରୀକ୍ଷାରେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ଡେଣ୍ଟଙ୍କ ବ୍ୟତୀତ ଆଉ କୌଣସି ବି ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ ମୋବାଇଲ୍ ବ୍ୟବହାର କରିପାରିବେ ନାହିଁ । ଏପରିକି କପି ଯାଞ୍ଚ ତଥା ପରୀକ୍ଷାର ସୁପରିଚାଳନାର ତଦାରଖ ପାଇଁ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ସ୍କ୍ବାଡ୍ ସଦସ୍ୟ ଓ ଅବଜରଭରମାନେ ମୋବାଇଲ୍ ସମେତ କୌଣସି ବି ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର କରିପାରିବେନି ।
ପରିଷଦ ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି ଯେ ଦରକାର ପଡ଼ିଲେ, ପରୀକ୍ଷା କେନ୍ଦ୍ର ସୁପରିନ୍ଟେଣ୍ତେଣ୍ଟ ଏକ ରୁମ୍ ଚିହ୍ନଟ କରିବେ, ଯେଉଁଠାରେ କେବଳ କେନ୍ଦ୍ରର କର୍ମଚାରୀମାନେ ମୋବାଇଲ୍ ରଖିପାରିବେ। ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯିବା ସମୟରେ ସରକାରୀ ଅଧିକାରୀ କିମ୍ବା ଶିକ୍ଷକ ମୋବାଇଲ୍ ପାଖରେ ରଖିବେ ନାହିଁ। ଯଦି ପରୀକ୍ଷା କେନ୍ଦ୍ରର କୌଣସି କର୍ମଚାରୀ/ପରୀକ୍ଷାର୍ଥୀ ମୋବାଇଲ୍ ବ୍ୟବହାର କରୁଥିବାର ନଜରକୁ ଆସେ, ସ୍କ୍ବାଡ୍ ସଦସ୍ୟମାନେ ପରିଷଦର ଦୃଷ୍ଟିକୁ ଆଣିବାକୁ ନିର୍ଦେଶ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.
