Odia News Portal

କାର୍ଲାଚିଲାରେ ଥିବା ଏକ ଇଟାଭାଟିରୁ ଉଦ୍ଧାର ହେଲେ ୧୫ ଓଡିଆ ଶ୍ରମିକ

ରାୟଗଡା : ଆଜି ପଡୋଶୀ ତେଲେଙ୍ଗାନାରୁ ୧୫ଜଣ ଓଡିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟର ପେଡାପାଲ୍ଲୀ ଜିଲ୍ଲା କାର୍ଲାଚିଲା ଇଟାଭାଟିରୁ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି ।

ସୂଚନା ମୁତାବକ, ତେଲଙ୍ଗାନା କାର୍ଲାଚିଲାରେ ଥିବା ଏକ ଇଟାଭାଟିରେ କିଛି ଓଡିଶା ଶ୍ରମିକ ଦାଦନ ଖଟୁଥିବା ଅଭିଯୋଗ ହୋଇଥିଲା । ଏପରିକି ସେମାନଙ୍କୁ ମାଲିକ ନିର୍ଯ୍ୟାତନ ଦେଉଥିବା ମଧ୍ୟ ଶ୍ରମିକମାନେ କହିଛନ୍ତି । ଆଜି କିଛି ସ୍ୱେଚ୍ଛାସେବୀ ସେଠାରେ ପହଁଚି ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ସମସ୍ତଙ୍କ ଘର ବଲାଙ୍ଗିର ବୋଲି ଜଣାପଡିଛି  । ସେମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରାୟଗଡା ଅଣାଯାଇ ପରେ ବଲାଙ୍ଗିର ପଠାଯିବ ବୋଲି ସୂଚନା ମିଳିଛି ।