Odia News Portal

ଭାଲେଣ୍ଟାଇନ୍ ଡେ’ ବିବାଦ : ୧୪ ଫେବୃଆରୀରେ ବିଛୁଆତି ଲଗାଇବ କଳିଙ୍ଗ ସେନା

ଭୁବନେଶ୍ବର, ( ଚକ୍ରଧର ମାଝି ) : ଭାଲେଣ୍ଟାଇନ ଦିବସରେ ପ୍ରେମୀଯୁଗଳଙ୍କୁ ବିଛୁଆତି ଉପହାର ଦେବ କଳିଙ୍ଗ ସେନା ।  ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ନାରୀ ସେନା ଶାଖାର ଅଧ୍ୟକ୍ଷ କହିଛନ୍ତି । ଫେବୃଆରୀ ୧୪କୁ ଟାର୍ଗେଟ କରାଯାଇଛି । ଆମେ ଭଲପାଇବାକୁ ବିରୋଧ କରୁନା । କିନ୍ତୁ ପ୍ରେମ ନାଁରେ ସର୍ବସାଧାରଣ ସ୍ଥାନରେ ଅସଂଯତ ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ । ଭୁବନେଶ୍ୱରର ବିଭିନ୍ନ ପାର୍କ ଓ ବଡ ବଡ ସପିଙ୍ଗ ମଲରେ ପ୍ରେମୀଯୁଗଳଙ୍କୁ ବିରୋଧ କରାଯିବ ବୋଲି କୁହାଯାଇଛି