Odia News Portal

ଅଡ଼ୁଆରେ ପୂର୍ବତନ ହକି ଅଧିନାୟକ

ପୂର୍ବତନ ଟିମ୍ ଇଣ୍ଡିଆର ହକି କ୍ୟାପ୍ଟେନ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ଖେଳାଳି ଏନ୍ ମୁକେଶ କୁମାର ଏବେ ଅଡ଼ୁଆରେ ପଡ଼ିଛନ୍ତି। ସେ ନକଲି ଜାତିଗତ ପ୍ରମାଣପାତ୍ର ଦେଇଥିବା ଅଭିଯୋଗ ହେବାରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
ସେ ବେଆଇନ ଭାବେ ସିକନ୍ଦରାବାଦ ତହସିଲଦାରଙ୍କ ଠାରୁ ଏସ୍ସି ମାଲା ସଂପ୍ରଦାୟର ଜାତିଗତ ପ୍ରମାଣପାତ୍ର ହାତେଇ ଥିବା ଅଭିଯୋଗ ହୋଇଛି। ଭାରତ ପକ୍ଷରୁ ୩୦୭ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ମୁକେଶ ୮୦ଟି ଗୋଲ ଦେଇଛନ୍ତି।
ଏଭଳି ନକଲି ଜାତିଗତ ପ୍ରମାଣପତ୍ର ପାଇଁ ଦୁଇ ସପ୍ତାହ ତଳେ ମୁକେଶଙ୍କ ନାଁରେ ଏଫ୍ଆଇଆର ରୁଜୁ ହୋଇଥିଲା। ତେବେ ଏହି ଘଟଣାଟି ଆଜି ହିଁ ସାମ୍ନାକୁ ଆସିଛି। ଏହି ଏଫ୍ଆଇଆର୍ରେ ମୁକେଶଙ୍କ ଭାଇ ଏନ୍ ସୁରେଶ କୁମାରଙ୍କ ନାଁ ମଧ୍ୟ ରହିଛି। ଏମାନେ ନକଲି କାଗଜପତ୍ର ଦେଇ ଜାଲ ପ୍ରମାଣପତ୍ର ହାସଲ କରିଥିବାରୁ ଦୁଇ ଭାଇଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି।