Odia News Portal

ଇଂଲଣ୍ଡ ବିପକ୍ଷ ଦିନିକିଆ ଲାଗି ଭାରତୀୟ ଦଳ ଘୋଷିତ

ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଲାଗି ରବିବାର ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ତାରକା ବ୍ୟାଟର୍‌ ବିରାଟ କୋହଲିଙ୍କୁ ସର୍ତ୍ତମୂଳକ ଭାବେ ସାମିଲ କରାଯାଇଛି। ଯଦି ସେ ସମ୍ପୂର୍ଣ୍ଣ ସୁସ୍ଥ ହୁଅନ୍ତି ତେବେ ଦଳ ସହ ୟୁକେ ଗସ୍ତ କରିବେ। ଅନ୍ୟପକ୍ଷରେ ୨ ବର୍ଷ ପରେ ଦିନିକିଆ ଦଳକୁ ଫେରିଛନ୍ତି ଯଶପ୍ରୀତ ବୁମ୍‌ରା। ବୁମ୍‌ରା ୨୦୨୩ରେ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍‌ ପରଠୁ ଆଉ ଦଳରେ ସାମିଲ ହୋଇ ନଥିଲେ। ତେବେ ଆଫ୍‌ଗାନିସ୍ତାନ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଗୁରୁନୂର ବ୍ରାର୍‌ ନିଜ ସ୍ଥାନ ପକ୍କା କରିଛନ୍ତି। ‌ତେବେ ମହମ୍ମଦ ସିରାଜ ଓ ଯଶସ୍ବୀ ଜୟସ୍ବଲାଙ୍କୁ ବିଶ୍ରାମ ଦିଆଯାଇଥିଲ। ତେବେ ଆଫ୍‌ଗାନିସ୍ତାନ ବିପକ୍ଷ ଶୃଙ୍ଖଳା ଖେଳି ନଥିବା ଅକ୍ଷର ପଟେଲ ଦଳକୁ ଫେରିଛନ୍ତି। ଆଇପିଏଲ୍‌ରେ ମାଂସପେସୀ ଆହତ ଜନିତ ସମସ୍ୟା ଯୋଗୁଁ କୋହଲିଙ୍କୁ ଆଫ୍‌ଗାନିସ୍ତାନ ବିପକ୍ଷ ଦିନିକଆ ଦଳରେ ସାମିଲ କରାଯାଇ ନଥିଲା।

ସେହିପରି ଆଇପିଏଲ୍‌ ବେଳେ ପାଦରେ ଆଘାତ ଜନିତ ସମସ୍ୟାରେ ପଡ଼ି ଚିକିତ୍ସିତ ହେଉଥିବା ବରୁଣ ଚକ୍ରବର୍ତ୍ତୀ ସୁସ୍ଥ ‌ହେବାର ଶେଷ ସୋପନରେ ଅଛନ୍ତି। ତେଣୁ ତାଙ୍କୁ ଆୟର୍ଲାଣ୍ଡ ଟ୍ବେଣ୍ଟି-୨୦ ଦଳରୁ ବାଦ ଦିଆଯାଇଛି ବୋଲି ବିସିସିଆଇ ଏହି ଅବସରରେ ସ୍ପଷ୍ଟ କରିଛି। ଇଂଲଣ୍ଡ ବିପକ୍ଷ ଭାରତୀୟ ଦିନିକିଆ ଦଳ: ଶୁବମନ ଗିଲ୍‌, ରୋହିତ ଶର୍ମା, ବିରାଟ କୋହଲି*, ଶ୍ରେୟସ ଆୟର (ଉପଅଧିନାୟକ), ‌କେଏଲ୍‌ ରାହୁଲ (ୱିକେଟ୍‌କିପର), ଈଶାନ କିଶନ (ୱିକେଟ୍‌କିପର, ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ପ୍ରସିଦ୍ଧ କୃ‌ଷ୍ଣ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ଗୁରନୂର ବ୍ରାର।

ଆୟର୍ଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଦଳ (ପରିବର୍ତ୍ତିତ): ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମ୍‌ସନ୍ (ୱିକେଟ୍‌କିପର), ଈଶାନ କିଶନ (ୱିକେଟ୍‌କିପର), ଶିବମ ଦୁବେ, ତିଳକ ବର୍ମା (ଉପଅଧିନାୟକ), ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ବୈଭବ ସୂର୍ଯ୍ୟବଂଶୀ, ପ୍ରସିଦ୍ଧ କୃଷ୍ଣ।