Odia News Portal

ବଲାଙ୍ଗିରରେ ଦିଲ୍ଲୀର ଆବତାଫ ଫରିଦି

ବଲାଙ୍ଗିର : ଯବାନ ଜଣେ ରାତି ଉଜାଗର ରହିଲେ ଆମେ ଶାନ୍ତିରେ ଶୋଉ । ସୀମାରେ ସବୁବେଳେ ଜାଗ୍ରତ ରହୁଥିବା ଯବାନଟିଏ ନିଶ୍ଚିତ ସମ୍ମାନର ହକ୍‌ଦାର । ଏଇ କଥା ଦେଶର ପ୍ରତିଟି ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ସାଇକେଲ୍‌ରେ ଦେଶ ଭ୍ରମଣ କରୁଛନ୍ତି ଦିଲ୍ଲୀର ଆବତାଫ ଫରିଦି ନାମକ ଜଣେ ଯୁବକ । ଏହି ଅବସରରେ ସେ ବଲାଙ୍ଗିରରେ ପହଞ୍ଚିଛନ୍ତି ।

 ସାଇକେଲ୍‌ରେ ଲାଗିଛି ତ୍ରିରଙ୍ଗା ।ଦୁଇ ପାଖରେ ନିଜ ନିତ୍ୟ ବ୍ୟବହାର  ସାମଗ୍ରୀ ବନ୍ଧା ହୋଇ ରହିଛି । ପୋଷାକ, ଜୋତା, ହେଲେମେଟ୍ ସବୁ ପିନ୍ଧି ନିଜ ସାଇକେଲ୍‌ ରେ ଆଗକୁ ଆଗକୁ ମାଡ଼ିଚାଲିଛନ୍ତି ଯୁବକ ଜଣକ । ଦିନ ରାତି କିଛି ଫରକ ପଡ଼ୁନି । ଗୋଟିଏ ପରେ ଗୋଟିଏ ରାଜ୍ୟ ବୁଲୁଛନ୍ତି ଦିଲ୍ଲୀର ଆବତାଫ । ଦେଶର ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଥିବା ଯବାନଙ୍କୁ ସମ୍ମାନ ଦେବାକୁ ଲୋକଙ୍କୁ କରାଉଛନ୍ତି ସଚେତନ । ଗତ ବର୍ଷ ଅଗଷ୍ଟ ୨୬ରେ  ଦିଲ୍ଳୀରୁ ବାହାରି ଥିଲେ ଆବତାଫ ।

ଏ ଭିତରେ  ୧୫ ଟି ରାଜ୍ୟ ଭ୍ରମଣ କରିସାରିଛନ୍ତି ସେ । ଓଡିଶାର ୧୬ ଟି ଜିଲ୍ଲା ଅତିକ୍ରମ କରି ବଲାଙ୍ଗିରରେ ପହଞ୍ଚିଥିଲେ ଆବତାଫ । ମହତ ଉଦ୍ଦେଶ୍ୟରେ ବାହାରିଥିବା ଏଇ ଯୁବକଙ୍କୁ ବଲାଙ୍ଗିରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଦେଶକୁ ସମ୍ମାନ ଯବାନଙ୍କୁ ସମ୍ମାନ ବାର୍ତ୍ତା ନେଇ ସାଇକେଲ୍‌ରେ ସାରା ଦେଶ ଭ୍ରମଣ କରୁଥିବା ଆବତାଫଙ୍କ ଉଦ୍ୟମ ସତରେ ପ୍ରଶଂସନୀୟ  ।