ବ୍ୟସ୍ତ ଜୀବନରେ କାମ କରି ଫେରିଲା ପରେ ମଣିଷ ଟିକେ ଶାନ୍ତି ଖୋଜେ, ନିଜ ଘରେ ଆରାମ କରିବାକୁ ଚାହେଁ। କାରଣ ବିଶ୍ରାମ କରିଲେ ହିଁ ମଣିଷ ସୁସ୍ଥ ରୁହେ। ଆରାମ କରିବାର ସୁଖ କେବଳ ସେଜରେ ହିଁ ମିଳିଥାଏ। ଶୟନକକ୍ଷରେ ବିଶ୍ରାମଠୁ ଆନନ୍ଦ ଅନ୍ୟ କୌଣସି ଜାଗାରେ ମିଳେନି। କକ୍ଷରେ ସବୁ ଜିନିଷ ନିଜ ପସନ୍ଦ ଅନୁସାରେ ଥାଏ। ତେବେ ଶୋଇବା ସମୟରେ ଖଟ ଆରାମଦାୟକ ନଥିଲେ ନିଦ ହୁଏ ନାହିଁ। ଏହା ସହ ବେଡଶିଟ୍ ମଧ୍ୟ ଭଲ ଓ ସଫା ହେଇଥିବା ଆବଶ୍ୟକ। ତେଣୁ ବେଡସିଟ୍ ମଧ୍ୟ ଭାବିଚିନ୍ତି ବାଛିବା ଉଚିତ୍। କାରଣ ଖଟରେ ପଡିଥିବା ବେଡଶିଟ୍ରେ ଆମେ ବହୁତ ସମୟ ବିତାଇଥାଉ। ଏହି କାରଣରୁ ବେଡଶିଟ୍ ନରମ, କୋମଳ ଓ ଆରାମଦାୟକ ହେବା ଜରୁରୀ। ଫଳରେ ମଣିଷ ଆରାମରେ ଶୋଇପାରେ। ଜାଣନ୍ତୁ ନରମ ବେଡଶିଟ୍ କିଣିବାର କିଛି ଟିପ୍ସ। ଋତୁ ହିସାବରେ ବେଡଶିଟ୍ କିଣିବା ଉଚିତ୍। ସାଧାରଣତଃ ଅନ୍ୟ ମାନଙ୍କ ଘରେ ପସନ୍ଦ ଆସିଥିବା ବେଡଶିଟ୍ ଲୋକେ ନିଜ ଘର ପାଇଁ ଆଣନ୍ତି। କିନ୍ତୁ ସେମିତି ଚୟନ କରିବା ଅନୁଚିତ୍। ଗରମ ଦିନରେ ସୁତା ବେଡଶିଟ ବ୍ୟବହାର କରିବା ଉଚିତ୍। ଶୀତ ଦିନରେ ସିଲ୍କ, ଲାଇଲନ ଭଳି ବେଡଶିଟ ବ୍ୟବହାର କରିବା ଉଚିତ୍। ଧୋଇଲା ପରେ ଅଧିକାଂଶ କପଡା ଖରାପ ହୋଇଯାଏ ତେଣୁ ବେଡଶିଟ୍ ବାଛିଲା ବେଳେ ଭଲ ଭାବେ ବାଛି ଆଣିବା ଉଚିତ୍।
ପ୍ରତିଦିନ ବ୍ୟବହାର କରିବା ବେଡଶିଟ୍ ଲୋଚା କୋଚା ହେଲେ ଶୀଘ୍ର ନଷ୍ଟ ହୋଇଯାଏ। ସୁତା ବେଡସିଟ୍ କିଣିବା ସମୟରେ ସାଇଜ ଦେଖି ଆଣିବା ଉଚିତ୍। କାରଣ ସୁତା ବେଡଶିଟ ଧୋଇଲା ପରେ ସଂକିୁଚିତ ହୋଇଯାଏ। ବେଡଶିଟ୍ ସବୁବେଳେ ବଡ ସାଇଜର ଆଣିବା ଉଚିତ୍। ଫଳରେ ବେଡଶିଟ୍ ଗଦି ଭିତରେ ମୋଡାଯାଇ ପାରିବ। ବେଡରୁମକୁ ସୁନ୍ଦର ଓ ଲଗ୍ଜରୀ ଲୁକ୍ ଦେବା ଜରୁରୀ। ବେଡରୁମରେ ଅଧିକ ଆଲୋକ ପ୍ରବେଶ କରୁଥିଲେ ଉଜ୍ଜଳ ଓ ଗାଢ ରଂଗର ବେଡଶିଟ୍ ବ୍ୟବହାର କରିଲେ ରୁମ ଅଧିକ ସୁନ୍ଦର ଦେଖାଯାଏ । ବେଡରୁମ୍ ଜଦି ଅନ୍ଧାରୁଆ ହୋଇଥାଏ ତେବେ ହାଲକା ରଂଗର ବେଡଶିଟ୍ ବ୍ୟବହାର କରିବା ଉଚିତ୍। ଦୈନଦିନ ବ୍ୟବହାର କରୁଥିବା ବେଡଶିଟ୍ ଭଲ ଭାବେ ସଫା କରିବା ଆବଶ୍ୟକ। ତେଣୁ ପ୍ରତ୍ୟେକ ଦିନ ବ୍ୟବହାର କରୁଥିବା ବେଡଶିଟ୍ ସୁତା, ଲାଇଲନ ଓ ହାଲକା ହେଲେ ଧୋଇବାକୁ ସୁବିଧା ହୋଇଥାଏ।
