Odia News Portal

୧୫ ଓ ୧୬ ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି । ଏହି ସମୟର ଘଡ଼ଘଡ଼ି ସହ କୁଆପଥର ପଡ଼ିବ । ୧୫ ଓ ୧୬ ତାରିଖ ଦୁଇ ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଶୁକ୍ରବାର ତୁଳନାରେ ଶନିବାର ଦିନ ଅଧିକ ବର୍ଷାର ସମ୍ଭାବନା ରହିଛି । ରବିବାର ଯାଏ ଆକାଶ ମେଘାଚ୍ଛନ୍ନ ରହିବ । ସୋମବାରକୁ ପୁଣି ପାଗରେ ପରିବର୍ତ୍ତନ ହେବ ।
ଦେଶର ଉତ୍ତର ଭାଗରେ ଏବେ ବର୍ଷା ଓ ବରଫ ପାତ ଜାରି ରହିଛି । ଏପଟେ ଓଡ଼ିଶା ସମେତ ବିହାର, ଆନ୍ଧ୍ର ପ୍ରଦେଶ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ସିକ୍କିମ ଆଦି ରାଜ୍ୟରେ ବର୍ଷା ହେବ ।