Odia News Portal

ଆଜି କୁହୁଡି ବଳୟରେ ରାଜଧାନୀ

ଭୁବନେଶ୍ବର : କୁହୁଡି ବଳୟରେ ରାଜଧାନୀ। ରାଜ୍ୟରେ ଶୀତର ପ୍ରକୋପ କମିଥିବାବେଳେ ଆଜି ସକାଳୁ ସକାଳୁ ପୁଣି ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି। ୫୦ ମିଟର ପର୍ଯ୍ୟନ୍ତ ଜିରୋ ଭିଜିବିଲିଟି ଥିଲା। ଫଳରେ ଗାଡି ଚଳାଚଳରେ ବାଧା ସୃଷ୍ଚି ହୋଇଥିଲା। ଲୋକମାନେ ଗାଡି ଲାଇଟ୍‌ ଲଗାଇ ଯିବାଆସିବା କରୁଥିଲେ। ବିଶେଷକରି ଛୋଟ ପିଲାମାନେ ସ୍କୁଲ ଯିବା ପାଇଁ ହଇରାଣ ହୋଇଛନ୍ତି। ୧୭ ତାରିଖ ପର୍ଯ୍ୟନ୍ତ କୁହୁଡି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।