Odia News Portal

ଥାନାଧିକାରୀଙ୍କୁ ହତ୍ୟା ଧମକ !

କନ୍ଧମାଳ : କନ୍ଧମାଳରେ କିଛିଦିନର ନିରବତା ପରେ ମାଓବାଦୀଙ୍କ ପାଦ୍ରୁଭାବ ପୁଣି ବଢିବାରେ ଲାଗିଛି । ଆଜି ଲାଲାବହିନୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ନିଜର ଅସ୍ତିତ୍ୱ ଜାହିର କରିଛି । ଏପରିକି ପୋଷ୍ଟରରେ ଥାନା ଅଧିକାରୀଙ୍କୁ ଧମକ ମଧ୍ୟ ଦେଇଛି ।

ସୂଚନାନୁସାରେ, ଆଜି କନ୍ଧମାଳ ବାଲିଗୁଡା ସୁଡ୍ରା ମୁଖ୍ୟରାସ୍ତା କଡରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ବିପ୍ଳବୀ କେକେବିଏନ ପକ୍ଷରୁ ଏହି ସବୁକୁ ଲଗାଯାଇଛି  । ଏଥିରେ ଫିରିଙ୍ଗିଆ ଏବଂ ଗୋଚ୍ଛାପଡା ଥାନାଧିକାରୀଙ୍କୁ ହତ୍ୟା ଧମକ ଦିଆଯାଇଛି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପୋଷ୍ଟରକୁ ଜବତ କରିବା ସହ କମ୍ବିଂ ଅପରେସନକୁ ଜୋରଦାର କରିଛି ।