Odia News Portal

କଂଗ୍ରେସ ସହ ସିପିଆଇ କରିପାରେ ମହାମେଣ୍ଟ

ଭୁବନେଶ୍ୱର : ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସ ସହିତ ମିଶି ସିପିଆଇ, ସିପିଏମ ଓ ଜେଏମଏମ କରିବେ ମହାମେଣ୍ଟ। ବିଜେଡି ଓ ବିଜେପିକୁ ଶାସନ ଗାଦିରୁ ଦୂରେଇ ରଖିବା ପାଇଁ ୨୦୧୯ରେ ମିଳିତ ହୋଇ ଲଢ଼ିବେ। ଏନଇେ ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡିରାଜା ସ୍ପଷ୍ଟ କରିଥିବାବେଳେ ସିଟି ସେୟାରିଂ ନେଇ ଖୁବ ଶିଘ୍ର ନିଷ୍ପତି ହେବ। ଏଭଳି ରାଜ୍ୟରେ ଏଭଳି ମହାମେଣ୍ଟର କିଛି ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ବିଜେପି ଯୁକ୍ତି ବାଢ଼ିଛନ୍ତ କଂଗ୍ରେସ ସହ ମହାମେଣ୍ଟ କରିବ ସିପିଆଇ। ବିଜେଡି ଓ ବିଜେପି ବିରୋଧରେ କଂଗ୍ରେସ ସମେତ ସିପିଆଇ, ସିପିଏମ ଓ ଜେଏମଏମ ଏକାଠି ହୋଇ ଲଢ଼ିବେ। ଏକଥା ସ୍ପଷ୍ଟ କରିଛନ୍ତି ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡି ରାଜା। ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଜାତୀୟ ସ୍ତରରେ ମହାମେଣ୍ଟ ହେଉଥିବା ବେଳେ ରାଜ୍ୟ ସ୍ତରେ ମହାମେଣ୍ଟ କରାଯିବ। ବିଜେପି ଗଣତନ୍ତ୍ର ପ୍ରିତ ବିପଦ ସବୁ ସମ୍ବିଧାନିକ ସଂସ୍ଥା ହସ୍ତକ୍ଷେପ କରି ଅଚଳ କରୁଛି। ବିଜେଡି ସମଦୂରତା କଥା କହୁଥିବା ବିଜେଡି ସବୁଥିରେ ସହଯୋଗ କରୁଛି। ସେଥିପାଇଁ ଦୁଇଦଳକୁ ଶାସନ ଗାଦିରୁ ହଟାଇବା ପାଇଁ ଏ ମହାମେଣ୍ଟ। ଏନେଇ ପିସିସି ସଭାପତି ସହିତ ଆଲୋଚନା ସରିଛି । ଖୁବଶିଘ୍ର  ସିଟି ସେୟାରିଂ ନେଇ ଆଲୋଚନା ହେବ।