Odia News Portal

୮୨କେଜି ଗଞ୍ଜେଇ ସହ ୪ ଗିରଫ

ଗଜପତି : ଗଞ୍ଜେଇ ବସ୍ତା ଜବତ,୪ ଗିରଫ। ଗଜପତି ଜିଲ୍ଲା ଚୂଡଙ୍ଗପୁର ଅଞ୍ଚଳରୁ ଏହି ଗଞ୍ଜେଇ ଜବତ ହୋଇଛି। ଚୂଡଙ୍ଗପୁର ଅଞ୍ଚଳରେ ଅଡ଼ବା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସାତାମ୍‌ ଖାନ୍‌, ମିଜାନ୍‌ ଖାନ୍‌ , ସାହାଙ୍ଗିର ଶେଖ୍‌ ଓ ମୁଶାରଫ ଖାନ୍‌। ଚୂଡଙ୍ଗପୁରରୁ ପଶ୍ଚିମବଙ୍ଗ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ୮୨କେଜି ଗଞ୍ଜେଇ ଜବତ କରାଯାଇଛି। ଏମାନେ ସବୁ ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି। ବ୍ରହ୍ମପୁର ଅଞ୍ଚଳରେ ରହି ଚୂଡଙ୍ଗପୁରରୁ ପଶ୍ଚିମବଙ୍ଗକୁ ଏମାନେ ଚୋରା ଗଞ୍ଜେଇ ଚାଲାଣ କରି ଆସୁଥିଲେ।