କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ମାଓ ପୋଷ୍ଟର। ଦାରିଙ୍ଗବାଡି ଥାନା ସିମନବାଡି ନିକଟସ୍ଥ ବୁଡାଗୁଡ଼ା ଛକରେ ଲାଗିଛି ମାଓ ପୋଷ୍ଟର। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଆସନ୍ତା ୨୧ ତାରିଖରେ ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ମାଓ ସଙ୍ଗଠନ ପକ୍ଷରୁ ସମର୍ଥନ କରାଯାଇଛି। ପୁଲୱାମା ଆତଙ୍କୀ ହମ୍ଲା ପାଇଁ ମୋଦି ସରକାର ଦାୟୀ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି।
