ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଦିନ ୧୧ଟାରେ ପ୍ରଥମେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋଲିସ ପଡିଆରେ ପହଞ୍ଚିବେ। ସେଠାରେ କର୍ମକର୍ତ୍ତା ସମାବେଶରେ ଉଦ୍ବୋଧନ ଦେବା ପରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ନାଚୁଣୀ ହାଇସ୍କୁଲ ପଡିଆରେ ବିଜେପିର ଅଟଳ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହେବ। ଦିନ ଗୋଟାଏ ୩୦ ମିନିଟ୍ରେ ସମାବେଶରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ପ୍ରାୟ ୫୦ ହଜାର ଲୋକଙ୍କ ସମାଗମ ହେବ ବୋଲି ଦଳୀୟ ନେତା କହିଛନ୍ତି ।
