Odia News Portal

ସୁନ୍ଦରଗଡରେ ଆନ୍ତଃ ଜିଲ୍ଲା ବାଇକ ଚୋର ର‍୍ୟାକେଟ ଠାବ, ୧୩ ବାଇକ ଉଦ୍ଧାର ସହ ୧୪ ଗିରଫ

ସୁନ୍ଦରଗଡ : ଆନ୍ତଃ ଜିଲ୍ଲା ବାଇକ ଚୋର ର‍୍ୟାକେଟ ଠାବ । ୧୪ ଜଣ ଗିରଫ ହୋଇଥିବା ବେଳେ ୧୩ ବାଇକ ଉଦ୍ଧାର । ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାଇକ୍‌ ଚୋରି ହୋଇ ଆସୁଥିଲା । ଏନେଇ ପୋଲିସ ପାଖରେ ଅଭିଯୋଗ ହୋଇଥିଲା। ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଆନ୍ତଃ ଜିଲ୍ଲା ବାଇକ୍‌ ଚୋରୀ ର‍୍ୟାକେଟର ମାଷ୍ଟରମାଇଣ୍ଡ ସୁବ୍ରତ ଶେଖର ଦେଓଙ୍କ ସମେତ ୧୪ଜଣଙ୍କୁ ପୋଲିସ ଗିରଫ କରିଛି। ସୁନ୍ଦରଗଡ ଟାଉନ ଥାନା ଅଧିକାରୀ ବିଭତ୍ସ ପ୍ରଧାନ, ସଦର ଥାନା ଅଧିକାରୀ ରମାକାନ୍ତ ସାଏ ଏହି ଟିମ୍‌ର ନେତୃତ୍ୱ  ନେଇଥିଲେ ।