କଟକ : ଅନୁଗୋଳ ଜିଲ୍ଲାର ଜଣେ ୧୫ ବର୍ଷୀୟ ନାବାଳିକାକୁ କଟକରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକାକୁ ୫ ଜଣ ଯୁବକ ଶନିବାର ଠାରୁ ଅଟକ ରଖି ଗଣଦୁଷ୍କର୍ମ କରିଥିବା ଜିଆରପି ଥାନାରେ ଅଭିଯୋଗ ହୋଇଛି। ଏକ ରାଲିରେ ଯୋଗଦେବା ପାଇଁ ଅନୁଗୋଳ ଜିଲ୍ଲାର ବନ୍ତଳା ଅଂଚଳରେ ନାବାଳିକା ଶନିବାର କଟକ ଆସିଥିଲା । ନାବାଳିକାର ଗାଁରୁ ୨ ଜଣ ଯୁବକ ମଧ୍ୟ ଏହି ରାଲିରେ ଆସିଥିଲେ। ଏହି ଯୁବକମାନେ ମଙ୍ଗଳାବାଗ ଅଂଚଳରେ ନାବାଳିକାକୁ ରଖିଥିଲେ। ରାତିରେ ପାଖ ଘରେ ରହୁଥିବା ୫ ଜଣ ଯୁବକ ତାକୁ ଗଣଦୁଷ୍କର୍ମ କରିଥିଲେ।
