Odia News Portal

୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଲା ବମିଖାଲ ଓଭରବ୍ରିଜ

ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ବମିଖାଲ ଓଭରବ୍ରିଜ । ୪୪ କୋଟି ଟଙ୍କା ବ୍ୟୟବାରାଦରେ ନିର୍ମିତ ଏହି ଚର୍ଚ୍ଚିତ ବ୍ରିଜକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜେ ଓଭରବ୍ରିଜକୁ ବୁଲି ଦେଖିଛନ୍ତି । ଏହାସହ ବ୍ରିଜର ଚର୍ତୁପାଶ୍ୱର୍କୁ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି ।

ବହୁପ୍ରତୀକ୍ଷିତ ଏହି ବମିଖାଲ ଓଭରବ୍ରିଜକୁ ୨୦୧୨ ମସିହାରୁ କାର୍ୟ୍ୟ ଆରମ୍ଭ ହୋଇଥିଲା । ଯେଉଁଥିରେ ବାରମ୍ବାର ତ୍ରୁଟି ଦେଖାଯାଇଥିଲା । ସବୁଠାରୁ ବଡ଼ କଥା ହେଲା ଯେ ଏହି ବ୍ରିଜ୍ ଦୁଇ ଥର ଭଷୁଡ଼ି ଜଣେ ଲୋକ ମୃତ୍ୟୁ ଏବଂ ଅନେକ ଆହାତ ହେବା ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ଏହାପରେ ବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନଫ୍ରାକୁ ରାଜ୍ୟ ସରକାର ବ୍ଲାକ ଆଉଟ କରିଥିଲେ । ପରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏହି ଓଭରବ୍ରିଜ କାର୍ୟ୍ୟ ହାତକୁ ନେଇଥିଲା । ଯାହାକି ମୋଟ୍ ୪୪ କୋଟି ଟଙ୍କା ବ୍ୟୟରେ ଦୀର୍ଘ ୭ ବର୍ଷ ପରେ ଶେଷ ହୋଇଛି ।
ନିର୍ମାଣ ହୋଇଥିବା ଏହି ବମିଖାଲ ଫ୍ଲାଏ ଓଭରବ୍ରିଜ ବମିଖାଲରୁ ସହିଦନଗର ଏବଂ ସହିଦନଗରରୁ ରସୁଲଗଡକୁ ଯାତାୟତ କରିହେ । ସେପଟେ ଏହି ଫ୍ଲାଏ ଓଭର ୱାନ୍ ୱେ ହୋଇଥିବାରୁ ରାଜଧାନୀବାସୀଙ୍କ ମଧ୍ୟରେ ଏନେଇ କିଛି ଅସନ୍ତୋଷ ଦେଖାଦେଇଛି।