Odia News Portal

ପରଦାରେ ଆସିବେ ବିଜୁବାବୁ

ବିଜୁବାବୁ ଆସିବେ ପରଦାରେ । ବିଜୁବାବୁଙ୍କ ଆତ୍ମଜୀବନୀ ଓ ଚରିତ୍ରକୁ ନେଇ ପ୍ରସ୍ତୁତି ପଥରେ ଚାଲିଛି ଏକ ଚଳଚ୍ଚିତ୍ର । ଓଡିଶା ଜନଜୀବନର ମହାନାୟକ ତଥା ଓଡିଶାର ବାଜ ବୋଲାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଆଧାର କରି “ବିଜୁବାବୁ” ଚଳଚ୍ଚିତ୍ର ନିର୍ମାଣ କରାଯାଉଛି । ଏହି ଚଳଚ୍ଚିତ୍ର ଆସନ୍ତା ଏପି୍ରଲ ମାସ ୧ ତାରିଖ ଉତ୍କଳ ଦିବସରେ ମୁକ୍ତିଲାଭ କରିବ ।

ନୀଳମାଧବ ପଣ୍ଡାଙ୍କ ନିବେଦିତ ଏହି ଚଳଚ୍ଚିତ୍ରର କାହାଣୀ ,ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଦେବୀ ପ୍ରସାଦ ଲେଙ୍କା ଏବଂ ବିଶାଳ ମୋର୍ୟ୍ୟ । ସିନେମାରେ ସହ-ପ୍ରଯୋଜନା ଦାୟିତ୍ୱରେ ମାନବ ରଥ ,ବର୍ଣ୍ଣାଳୀ ରଥ ଏବହ ଅତୁଲ ତ୍ୟାଗି ରହିଛନ୍ତି ।