ବଲାଙ୍ଗୀର : ଦେଶ ସ୍ୱାଧୀନତାର ୭୨ ବର୍ଷ ପରେ ବି ସମାଜରୁ ଜାତି ପ୍ରଥା ଶେଷ ହୋଇ ନାହିଁ । ଆଦିବାସୀ ଓ ଅନୁନ୍ନତ ଅଂଚଳରେ ଏହି କୁସଂସ୍କାର ପ୍ରଥା ଅଧିକ ଗ୍ରାସିଛି । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା କୁର୍ତୁଲା ଗାଁରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଥିବା ଲୋକଲୋଚନକୁ ଆସିଛି ।
ସୂଚନା ଅନୁସାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ପରେ ସାହି ବାସିନ୍ଦା ମୃତଦେହକୁ ଅନ୍ତିମ ସଂସ୍କାର କରିବାକୁ ପଛଘୁଂଚା ଦେଇଛନ୍ତି । ସାହିବାସୀଙ୍କ ଅଭିଯୋଗ ଅନୁସାରେ ବୃଦ୍ଧା ଜଣକ ଭିନ୍ନ ସଂପ୍ରଦାୟରେ ବିବାହ କରିଥିଲେ। ମୃତଦେହ ପ୍ରାୟ ୬ ଘଣ୍ଟା ପଡ଼ି ରହିବା ପରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସାମାଜିକ ସଂଗଠନ ପକ୍ଷରୁ ଅନ୍ତିମ ସଂସ୍କାର କରାଯାଇଛି ….