ଭୁବନେଶ୍ଵର : ସହିଦଙ୍କ ସଂପର୍କୀୟଙ୍କୁ ଅସମ୍ମାନ କରିବାକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ନାଁରେ ଏତଲା ହୋଇଛି । ଭୁବନେଶ୍ବର ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ସୁଚନା ଅଧିକାର କର୍ମୀ ସୁବାଷ ମହାପାତ୍ର । ତେବେ ଗତକାଲି ପାକିସ୍ତାନୀ ମିଡ଼ିଆରେ ସହିଦଙ୍କ ସଂପର୍କୀୟଙ୍କୁ ଅସମ୍ମାନ କରିବା ପ୍ରସଙ୍ଗ ପ୍ରସାରିତ ହେବା ପରେ ପୁଣି ଥରେ ଭୁଲ୍ ମାଗିଥିଲେ ଦେବାଶିଷ ସାମନ୍ତରାୟ । ସହିଦଙ୍କୁ ଅସମ୍ମାନ କରିବା ପ୍ରସଙ୍ଗ ଜୋର ଧରିବା ପରେ ଦେବାଶିଷ ଏହା ପୂର୍ବରୁ ମଧ୍ୟ କ୍ଷମା ମାଗିଥିଲେ । ଏହାଥିଲା ପୁଲଓ୍ଵାମାରେ ସହିଦ ହୋଇଥିବା ମନୋଜ ବେହେରାଙ୍କ ଅନ୍ତିମ ଯାତ୍ରା ସମୟର କଥା । ଲୋକାରଣ୍ୟ ଭିତରେ ମନୋଜଙ୍କ ଶବକୁ ଶୋଭାଯାତ୍ରାରେ ନିଆଯାଉଥିବା ସମୟରେ ଦେବାଶିଷ ଅସମ୍ମାନ କରିବା କଥା ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବାପରେ ଆରମ୍ଭ ହୋଇଥିଲା ତୁମ୍ବିତୋଫାନ ।ସହିଦ ଯବାନ ମନୋଜ ବେହେରାଙ୍କ ଶେଷକୃତ୍ୟ ତାଙ୍କ ଗାଁ ଶ୍ମଶାନରେ ସଂପନ୍ନ ବେଳେ ଏକ ବିବାଦୀୟ ଘଟଣା ଘଟିଥିଲା । ସହିଦ ମନୋଜଙ୍କ ସମ୍ପର୍କୀୟ ଦାଦାଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ଧକ୍କା ମାରୁଥିବା ଭଳି ଦୃଶ୍ୟ ସାମ୍ନାକୁ ଆସିଥିଲା ।