ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ୱରରେ ଗୋରୁ ଚାଲାଣ ନେଇ ସୃଷ୍ଟି ହୋଇଛି ଉତ୍ତେଜନା । ଏନ୍ ଏଚ-୬୦ର ଚାଲନ୍ତିଠାରେ ତିନୋଟି ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟ ବାସିନ୍ଦା ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପାଖାପାଖି ୩ ଶହରୁ ଅଧିକ ଗୋରୁ ଉଦ୍ଧାର କରିବା ସହ ତିନୋଟି ଟ୍ରକକୁ ଜବତ କରିଛି ।
ପଶ୍ଚିମବଙ୍ଗକୁ ବେଆଇନ ଗୋରୁ ଚାଲାଣ କରୁଥିବା ଜଣାପଡିଛି । ସେହିପରି ଜଳେଶ୍ୱର ବାଇଗଣ ବାଡ଼ିଆରୁ ମଧ୍ୟ ୭ଟି ଗୋରୁ ଉଦ୍ଧାର କରିବା ସହ ଗୋଟିଏ ଗାଡି ଓ ଗାଡିମାଲିକକୁ ଅଟକ ରଖାଯାଇଛି।