Odia News Portal

ଦାଦନ ଖଟିବାକୁ ଯାଇ ଆନ୍ଧ୍ରରେ ବନ୍ଧା ପଡିଛନ୍ତି ଶ୍ରମିକ !

ନୂଆପଡ଼ା : ପୁଣି ଦାଦନ ଦୁଃଖ । ଦାଦନ ଖଟିବାକୁ ଯାଇ ଆନ୍ଧ୍ର ରେ ବନ୍ଧା ପଡିଛନ୍ତି ୫ ଶିଶୁ ସମେତ ୨୪ ଜଣ ଶ୍ରମିକ । ସେମାନଙ୍କୁ  ଉଦ୍ଧାର କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ। ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ମହଗାଁ ଗାଁରେ ଏହି ଘଟଣା ଘଟିଛି । ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଏବେ ସେଠାରେ ମିଳୁଛି ଅକଥନୀୟ ନିର୍ଯାତନା ।

ଗତ ଡିସେମ୍ବର ମାସ ରେ ଖଡିଆଳ ଥାନା କୁର୍ଲ୍ଲୁଭଟା ଗାଁ ର ଜଣେ ଦାଦନ ଦଲାଲ ବନ ବିହାରି ବାଗଙ୍କ ପ୍ରଲୋଭନରେ କିଛି ଅଗ୍ରିମ ଟଙ୍କା ନେଇ ହାଇଦ୍ରାବାଦର କୁଣ୍ଡେଲଗୁମାର ଏକ ଇଟାଭାଟି ରେ ଏମାନେ କାମ କରିବାକୁ ଯାଇଥିଲେ । ନେଇଥିବା ଟଙ୍କା ଠାରୁ ଢେର ଅଧିକା କାମ କରି ସାରିଲେଣି ଲୋକେ । ହେଲେ ସେମାନଙ୍କୁ ମାଲିକ ଘରକୁ ଛାଡୁନାହିଁ । ଜୋର ଜବରଦସ୍ତି ସେମାନଙ୍କ ଠାରୁ କାମ ହାସଲ କରୁଥିବା ବେଳେ ଖାଇବା ,ରହିବା ତଥା ସ୍ବାସ୍ଥ୍ୟ ଖରାପ ହେଲେ ଚିକିତ୍ସା ମଧ୍ୟ ଠିକ୍ ରେ ମିଳୁନି । ପ୍ରତିବାଦ କଲେ ସେମାନଙ୍କୁ ମାଡ  ମରାଯାଉଥିବା ଅଭିଯୋଗ ହୋଇଛି । ସେମାନେ ଲୁଚିଛପି  ଘରକୁ ଫୋନରେ ଏହା ଜଣାଇଛନ୍ତି।