ବିଶ୍ୱକପ କ୍ରିକେଟରେ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚକୁ ନେଇ ରାୱଲପିଣ୍ଡି ଏକ୍ସପ୍ରେସ ସୋଏବ ଅଖତର ଭାରତୀୟ ଗଣମାଧ୍ୟମ ଉପରେ ବର୍ଷିଛନ୍ତି | ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଏବେ ପର୍ୟ୍ୟନ୍ତ କୌଣସି ବୟାନ ଦିଆଯାଇନାହିଁ | ତଥାପି ଭାରତୀୟ ଗଣମାଧ୍ୟମ ପାକିସ୍ତାନକୁ ବଦନାମ କରୁଛି |
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ସୋଏବ ଅଖତରଙ୍କୁ ନେଇ ବହୁତ ଚର୍ଚ୍ଚା ହେଉଛି | ସୋଏବ କିଛି ଦିନ ପୂର୍ବରୁ କହିଥିଲେ ଯେ, ବିସିସିଆଇ ଚାହୁଁଚି ଯେ, ବିଶ୍ୱକପରେ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ | କିନ୍ତୁ ଭାରତ ସରକାରଙ୍କ ଚାପ ଯୋଗୁଁ ବୋର୍ଡ ଖୋଲାଖୋଲି ଭାବେ ନିଜ କଥା କହିପାରିନାହାନ୍ତି |
ଭାରତୀୟ ଟିମ ବିଶ୍ୱକପରେ ପାକିସ୍ତାନ ସହ ମ୍ୟାଚ ଖେଳି ପରେ ବା ଛାଡିଦେଇପାରେ ତାହା ଭାରତ ଉପରେ ନିର୍ଭର କରୁଛି । ଯେହେତୁ ଭାରତ ଉପରେ ଆକ୍ରମଣ ହୋଇଛି ତାଙ୍କୁ ଏ ସମ୍ପର୍କରେ ନିଷ୍ପତ୍ତି ନେବାର ପୁରା ଅଧିକାର ଅଛି | ଏହି ପ୍ରସଙ୍ଗରେ ପାକିସ୍ତାନ ଭାରତ ସହ ଯୁକ୍ତି କରିବନାହିଁ | ଅଖତର କହିଛନ୍ତି ଯେ, ଭାରତ ପାକିସ୍ତାନ ମଧ୍ୟରେ ବିଶ୍ୱକପ କ୍ରିକେଟ ଖେଳା ନ ଯିବା ନେଇ ଗୁଜବ ସୃଷ୍ଟି ହୋଇଛି | ଏନେଇ ଅଖତର ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି |
ଟ୍ୱିଟର ପୋଷ୍ଟରେ ଅଖତର ଲେଖିଛନ୍ତି ଯେ, “ମୁଁ ଗଣମାଧ୍ୟମରେ ଭାରତୀୟ କ୍ରିକେଟକୁ ନେଇ କୌଣସି ବୟାନ ଦେଇନାହିଁ | ଭାରତୀୟ ଗଣମାଧ୍ୟମରେ ମୋ ସମ୍ପର୍କରେ ଭୁଲ ଖବର ପ୍ରସାରଣ କରୁଛନ୍ତି |