ଆଜି ପାଗ ଖରାପ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାତ୍ରା କରୁଥିବା ବିମାନଟି ଲାଞ୍ଜିଗଡ଼ ଠାରେ ଅବତରଣ କରି ନପାରିବାରୁ ଜୟପୁର ଠାରେ ଅବତରଣ କରିଛି। ସେଠାରୁ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ହେଲିକପ୍ଟର୍ ଯୋଗେ ରାୟଗଡ଼ା ଯାତ୍ରା କରିଛନ୍ତି । ସେଠାରେ ଆୟୋଜନ କରାଯାଇଥିବା ଏକ ମହିଳା ସଶକ୍ତିକରଣ ମହାସମାବେଶରେ ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ବିଳମ୍ବରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଖଲିଗୁଡ଼ା ଠାରେ ଆୟୋଜିତ ସମାବେଶରେ ରାୟଗଡ଼ା ଜିଲ୍ଲାର ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସିଡମନି ସହାୟତା ପାଇଥିବା ୬୭୨୯ଟି ସ୍ୱୟଂ ସହାୟକ ଗୋଷ୍ଠୀ, ୨ କୋଟି ୨୦ ଲକ୍ଷ ଟଙ୍କା ଡିଜିଟାଲ୍ ସଶକ୍ତିକରଣ ନିମନ୍ତେ ପାଇଥିବା ୬୭୩୫ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୨ କୋଟି ୭୫ ଲକ୍ଷ ଟଙ୍କା ସହାୟତା ପାଇଥିବା ୧୧ଟି ବ୍ଲକ ସ୍ତରୀୟ ମହାସଂଘର ସଦସ୍ୟାମାନଙ୍କ ସହ କଥାବାର୍ତ୍ତା କରିବେ। ତା’ପରେ ସେ ୧୪୪ଟି ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ମିଶନ୍ ଶକ୍ତି ଗୃହ ନିର୍ମାଣ ନିମନ୍ତେ କାର୍ୟ୍ୟାଦେଶ ଦେବେ।
ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ୫୩୨ କୋଟି ୫୮ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବା ୪୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ୨୦୪ କୋଟି ୮୪ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ୪୧ଟି ପ୍ରକଳ୍ପର ଲୋକାର୍ପଣ କରିବେ। ସମାବେଶରେ ସେ ୧୫୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ସାଇକେଲ୍, ୧୧୮୯ ଜଣଙ୍କୁ ମଧୁବାବୁ ପେନସନ୍, ୧୨୯୭ ଜଣଙ୍କୁ ଜଙ୍ଗଲ ଜମି ଅଧିକାର ପଟ୍ଟା ପ୍ରଦାନ କରିବେ।
Sign in
Sign in
Recover your password.
A password will be e-mailed to you.