Odia News Portal

ଗୋଟେ ଭଲ ଜୀବନସାଥୀ ପାଇବାକୁ ଚାହୁଁଛନ୍ତି କି ? ଧ୍ୟାନ ଦିଅନ୍ତୁ ଏହି ୫ଟି ଦିଗ ଉପରେ

ଭରଷା ଅତୁଟ ରଖନ୍ତୁ ସମ୍ପର୍କର ମଜବୁତକୁ ଜାବୁଡି ରଖିଥାଏ ଦୁହିଁଙ୍କର ବିଶ୍ବାସ। ନିଜର ସମ୍ପର୍କକୁ ବିଶ୍ବସ୍ଥ ରଖିବା ପାଇଁ ଜଣ ଜଣଙ୍କ ଉପରେ ଭରଷା କରିବା ଶିଖନ୍ତୁ। ଏହା ସହିତ ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ କେବେବି ମିଛର ଆଶ୍ରା ନିଅନ୍ତୁ ନାହିଁ। ମିଛ ସନ୍ଦେହର କୀଡାକୁ ଜନ୍ମ ଦେଇଥାଏ ଏବଂ ଏହି ସନ୍ଦେହ ଭଲ ରୁ ଭଲ ସମ୍ପର୍କକୁ ମଧ୍ୟ ଖରାପ କରିଦେଇଥାଏ। ବେଶି ଆଶା ରଖନ୍ତୁ ନାହିଁ
ଜୀବନ ଏବଂ ଫିଲ୍ମରେ ବହୁତ ପାର୍ଥକ୍ୟ ରହିଥାଏ, ଏହି କଥାକୁ ଜଲଦି ନିଜର ମୁଣ୍ଡରୁ କାଢ଼ି ଦିଅନ୍ତୁ। ଆପଣଙ୍କ ସାଥୀଙ୍କର ତୁଳନା ନିଜର କୌଣସି ସର୍ମ୍ପକୀୟଙ୍କ ସହିତ କରିବା ଉଚତି ନୁହେଁ। ସମସ୍ତଙ୍କର ସ୍ବଭାବ ଅଲଗା ଅଲଗା ହୋଇଥାଏ, ଏହି କଥାକୁ ଆପଣ ବୁଝିବା ଦରକାର ଯେ ଆପଣ ନିଜେ ସ୍ବାଧୀନ ଭାବେ ରୁହନ୍ତୁ ଏବଂ ତାଙ୍କୁ ମଧ୍ୟ ତାଙ୍କର ପସନ୍ଦରେ ବଞ୍ଚିବାକୁ ଦିଅନ୍ତୁ। ଯଦି ଆପଣ ଆପଣଙ୍କ ସାଥୀଙ୍କୁ ନିଜ ହିସାବରେ ରଖିବାକୁ ଚାହିଁବେ ତେବେ ସେ ଆପଣଙ୍କ ଠାରୁ ଦୂରେଇ ଯିବାକୁ ଲାଗିବେ।
ନକାରାତ୍ମକ କଥାରୁ ଦୂରେଇ ରୁହନ୍ତୁ କାହା ଆଗରେ ମଧ୍ୟ ନିଜର ବ୍ୟକ୍ତିଗତ କଥା ଆଲୋଚନା କରନ୍ତୁ ନାହିଁ ଏବଂ ସାଥୀଙ୍କର ମଜାକ ଉଡାନ୍ତୁ ନାହିଁ। ସବୁ ସମୟରେ ନିଜର ସାଥୀଙ୍କୁ ଜଜ କରିବା ଛାଡି ଦିଅନ୍ତୁ। ଏମିତି ହେବା ଦ୍ବାରା ସବୁ ସମୟରେ ଆପଣଙ୍କ ମଧ୍ୟରେ ଚିନ୍ତା ଲାଗିକି ରହିଥାଏ ଏବଂ ଧୀରେ ଧୀରେ ଆପଣ ଦୁହିଁଙ୍କ ମଧ୍ୟରେ ଘୃଣାଭାବ ଜନ୍ମ ନେଇପାରେ। ଆପୋସ ବୁଝାମଣା କରି ସମସ୍ୟାକୁ ସମାଧାନ କରିବାର ପ୍ରୟାସ କରନ୍ତୁ। କେବେ ବି ତ୍ରୁତୀୟ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ ନାହିଁ। ସଞ୍ଜମତାର ସହିତ କାମ କରନ୍ତୁ
ସବୁ ସମ୍ପର୍କରେ ଲଢ଼େଇ ଝଗଡା ହୋଇଥାଏ। ଏହାର ମାନେ ନୁହେଁ ଯେ ଆପଣ ଚିଲେଇ ପାଟି କରିବେ। ଯେତେବେଳେ ମଧ୍ୟ ଝଗଡା ଅଧିକ ବଢ଼ିଯାଏ ତେବେ ସଞ୍ଜମତା ରଖନ୍ତୁ। କୁହାଯାଏ ଯେ ଯେତେବେଳେ ଝଗଡା ହୋଇଥାଏ ସେତେବେଳେ ଦୁହିଁଙ୍କ ମଧ୍ୟରେ  କୌଣସି ଜଣଙ୍କୁ ସାନ୍ତ ରହିବାକୁ ପଡିଥାଏ। ଏଥିପାଇଁ ଯେତେବେଳେ ବି ଏମିତି ହେବ ତେବେ କଥାର ଗଭୀରକୁ ଯାଇ କିଛି ସମାଧାନ କରନ୍ତୁ।