Odia News Portal

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ରେ ହଙ୍ଗାମା,ମୁହାଁମୁହିଁ ବିଧାୟକ ପୋଲିସ

ନୟାଗଡ଼ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟ  ଭିତରେ ପଶି ABVP ଛାତ୍ର  ନେତାଙ୍କ ଗୁଣ୍ଡା ରାଜ, ନିର୍ଦ୍ଧାରିତ ସମୟରେ ପ୍ରାଥୀପତ୍ର ଦାଖଲ କରିପାରିଲେ ନାହିଁ ଏବିଭିପି,ଶେଷରେ ନିର୍ବାଚନକୁ ବାତିଲ କଲେ କଲେଜ କର୍ତ୍ତୃପକ୍ଷ, ଏହାକୁ ବିରୋଧ କରିଛି ବିଜୁ ଛାତ୍ର ଜନତା ଦଳ । କଲେଜ ଗେଟ ଭାଙ୍ଗି ଭିତରେ ପଶି ଗୁଣ୍ଡା ରାଜ କରିଥିବା ଅଣଛାତ୍ର ମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛି ବିଜେଡି ଏବଂ କଂଗ୍ରେସ । କଲେଜ ଗେଟ ଆଗରେ  ନ୍ୟାୟ ପାଇଁ ପ୍ରତିବାଦ କରୁଥିବା ବିଜେଡି ଛାତ୍ର ନେତା ଏବଂ କର୍ମୀଙ୍କୁ  ପୋଲିସ ଠେଲାପେଲା କରି ଘଉଡାଇବାରୁ ଏହାକୁ ବିରୋଧ କରିଥିଲେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ।  । ସ୍ଥିତି ଏପରି  ହୋଇଥିଲା  ଯେ ଘଟଣା ସ୍ଥଳରେ ପୋଲିସ ଓ ବିଧାୟକ ଙ୍କ ମଧ୍ୟରେ ହୋଇଥିଲା ପାଟିତୁଣ୍ଡ, ଟାଉନ ଥାନା ଆଇଆଇସି ଏବଂ SDP0ଙ୍କୁ ପ୍ରଶ୍ନ କରି ଜବାବ ମାଗିଥିଲେ ବିଧାୟକ ଅରୁଣ କୁମାର ସାହୁ ।  ପୋଲିସ ଉପସ୍ଥିତି ଯେଉଁ ଦଳର ଅଣଛାତ୍ର ମାନେ କକେଜ ଗେଟ ଭାଙ୍ଗି ଭିତରେ ପଶି ଗୁଣ୍ଡାରାଜ କରିଥିଲେ କାହିଁକି ତାଙ୍କୁ ଗିରଫ କଲା ନାହିଁ ପୋଲିସ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ନିର୍ବାଚନକୁ ବାତିଲ କରିଥିବା କର୍ତ୍ତୃପକ୍ଷଙ୍କୁ ବିରୋଧ କରି କଲେଜ ଗେଟ ବାହାରେ ବିଳମ୍ବ ରାତି ଯାଏଁ ଧାରଣାରେ ବସିଲେ BCJD ଓ NSU ଛାତ୍ରୀ, ଙ୍ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ଏବଂ ଉପ ଜିଲ୍ଲାପାଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା  ସହ ଛାତ୍ରୀ ମାନଙ୍କୁ ବୁଝାସୁଝା କରୁଥିବା ବେଳେ କଲେଜ ପ୍ରିନ୍ସିପାଲ ଗେଟ ବାହାରକୁ ଆସି  ସାଇନ ଡାଏ ଘୋଷଣା କରିଥିଲେ। ଏହାକୁ ନେଇ  ତିନି ଦଳର ଛାତ୍ର ନେତାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା।

ସେପଟେ ବିଭିନ୍ନ କଲେଜରେ ଉତ୍ତେଜନା  ଲାଗି ରହିଥିବା ରୁ  ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଜିଲ୍ଲାର 4 ଟି କଲେଜ ରେ ସାଇନ ଡାଏ ଘୋଷଣା କରାଯାଇଥିବାର ସୂଚନା ମିଳୁଛି ।ସେଗୁଡିକ ହେଲା ନୟାଗଡ଼ ବ୍ଲକର ଲାଠିପଡା ମଡେଲ ଡିଗ୍ରୀ କଲେଜ। ନୟାଗଡ଼ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟ ,ଖଣ୍ଡପଡା ପଠାଣି ସାମନ୍ତ ଡିଗ୍ରୀ କଲେଜ ,ଭାପୁର ବାଲୁଙ୍କେଶ୍ବର ଦେଵ ଆଞ୍ଚଳିକ ଡିଗ୍ରୀ କଲେଜ । ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।