ଭୁବନେଶ୍ବର : ରାଜ୍ୟର ପାଞ୍ଚଟି ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷିତ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ହେଉଥିବା ଚର୍ଚ୍ଚାରେ ମଧ୍ୟ ପୁର୍ଣ୍ଣଛେଦ ପଡ଼ିଛି। ପୁରୀ ଲୋକସଭା ଆସନରୁ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ନିର୍ବାଚନ ଲଢିବେ। ସେହିପରି ବରଗଡ଼ ଆସନରୁ ସୁରେଶ ପୂଜାରୀ, ସମ୍ବଲପୁରରୁ ନିତେଶ ଗଙ୍ଗଦେବ, କଳାହାଣ୍ଡିରୁ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, କୋରପୁଟ ଆସନରୁ ଜୟରାମ ପାଙ୍ଗୀ ନିର୍ବାଚନ ଲଢିବେ। ଗତକାଲି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଆଲୋଚନା ପରେ ବିଳମ୍ବିତ ରାତିରେ ତାଲିକା ପ୍ରକାଶ ପାଇଛି। ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଘୋଷିତ ପ୍ରାର୍ଥୀ ମାନେ ଖୁବ ଶୀଘ୍ର ମନୋନୟନ ପତ୍ର ଦାଖଲ କରି ନିର୍ବାଚନୀ ପ୍ରଚାରରେ ଆରମ୍ଭ କରିବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା।