Odia News Portal

ଆଜି ବି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଡିଛି ତାଲା

ଭୁବନେଶ୍ବର : ଆଜି ମଧ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଲା ପଡ଼ିଛି।  ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ବି ଏଠାରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି । ଟିକେଟ ପାଇନଥିବା ଅମୀୟ ଦାସଙ୍କ ସମର୍ଥକମାନେ କାର୍ଯ୍ୟାଳୟରେ ତାଲା ପକାଇଥିବା ସୂଚନା ମିଳିଛି ।  ଟିକେଟ୍ କାଟିବାକୁ ନେଇ କାର୍ଯ୍ୟାଳୟରେ ତାଲା ପକାଇ ଦଳୀୟ କର୍ମୀମାନେ ହୋହଲ୍ଲା କରିଥିଲେ। ସୂଚନାଯୋଗ୍ୟ ଯେ, ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଭୁବନେଶ୍ବର-ଏକାମ୍ର ବିଧାନସଭା ଆସନରେ ଗତଥରର ଦଳୀୟ ପ୍ରାର୍ଥୀ ଅମୀୟ ଦାସଙ୍କୁ ବାଦ୍ ଦିଆଯାଇଥିଲା । ଅମୀୟଙ୍କ ବଦଳରେ ନିକଟରେ ବିଜେଡିରୁ ଆସିଥିବା ବାବୁ ସିଂଙ୍କୁ ସେହି ବିଧାନସଭାକ୍ଷେତ୍ରରେ ପ୍ରାର୍ଥୀ କରିଛି ଦଳ । ଏହା ଅନ୍ୟାୟ ଓ ଅଯୌକ୍ତିକ ବୋଲି ପ୍ରତିବାଦ କରି ଦଳର ପୁରୁଣା କର୍ମୀ ଅଭିଯୋଗ କରିଥିଲେ । ସେମାନେ ଦଳର ରାଜ୍ୟ କାର୍ଯ୍ୟାଳୟର ମୁଖ୍ୟ ଗେଟରେ ତାଲା ପକାଇ କାହାରିକୁ ଭିତରକୁ ଛାଡ଼ି ନଥିଲେ । ବାବୁ ସିଂହଙ୍କୁ ଏକାମ୍ର ଭୁବନେଶ୍ବରରୁ ବିଜେପି ପ୍ରାର୍ଥୀ କରିଥିବାରୁ ଏଠାରୁ ଆଶା ରଖିଥିବା ଅମୀୟ ଦାସ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।