Odia News Portal

କଂଗ୍ରେସ ଖେଳିଲା ମହିଳା କାର୍ଡ

ମହିଳାଙ୍କ ଖାତାକୁ ପ୍ରତିବର୍ଷ ୭୨ ହଜାର ଟଙ୍କା ଯିବ ବୋଲି ଘୋଷଣା କରିଛି କଂଗ୍ରେସ । ଏ ନେଇ ମୋଦିଙ୍କୁ ଘେରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା ।
ଦଳ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଗରିବ ବିରୋଧୀ । ମୋଦି ସରକାର ଏହି ଯୋଜନା ବିରୋଧରେ ନା ସପକ୍ଷରେ ତାହ ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ମୋଦି ଧନୀକୁ ଲାଭ ପହଂଚାଉଛନ୍ତି କିନ୍ତୁ ଗରିବଙ୍କ ପାଇଁ ୭୨ ହଜାର ଟଙ୍କା ଦେବାକୁ ପଛାଉଛନ୍ତି କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଗତକାଲି କଂଗ୍ରେସ ସଭାପତି ଏହି ଆୟ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । ରାହୁଲ କହିଥିଲେ କି, ସରକାରକୁ ଆସିଲେ ଦେଶର ୫କୋଟି ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦେବ କଂଗ୍ରେସ । ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବଡ ଘୋଷଣା କରି ସମସ୍ତଙ୍କୁ ସର୍ବନିମ୍ନ ଆୟର ଗ୍ୟାରେଂଟି ଦେଇଛନ୍ତି । ନ୍ୟାୟ ନାଁରେ ନୂଆ ସ୍କିମ ଘୋଷଣା କରି ରାହୁଲ କହିଛନ୍ତି, ଦେଶର ୨୦ ପ୍ରତିଶତ ଅତି ଗରିବଙ୍କୁ ମାସିକ ୧୨ ହଜାର ଟଙ୍କାର ସର୍ବନିମ୍ନ ଆୟ ଯୋଗାଇଦିଆଯିବ । ଏବଂ ଏହି ସ୍କିମ ଆରମ୍ଭ ହେଲେ ଦେଶରେ ଆଉ କେହି ଗରିବ ରହିବେ ନାହିଁ ।