Odia News Portal

ଓଡ଼ିଶାର ୨ଟି ଲୋକସଭା ଓ ୯ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା, କଟକରୁ ଲଢିବେ ପଞ୍ଚାନନ କାନୁନ୍‌ଗୋ

ଭୁବନେଶ୍ବର : ଓଡ଼ିଶାର ୨ଟି ଲୋକସଭା ଓ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। କଟକ ଲୋକସଭା ଆସନରୁ ଲଢିବେ ପଞ୍ଚାନନ କାନୁନ୍‌ଗୋ। ସେହିପରି ଯାଜପୁର ଲୋକସଭା ଆସନ ପାଇଁ କଂଗ୍ରେସ ମାନସ ଜେନାଙ୍କୁ ପ୍ରାର୍ଥୀ କରିଛି। ସେହିପରି ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଯାଜପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ କୁମାର ନନ୍ଦ। କାମାକ୍ଷାନଗରରୁ ଲଢିବେ ଭବାନୀ ଶଙ୍କର ମହାପାତ୍ର। ପାରାଦୀପ ବିଧାନସଭା ଆସନ ପାଇଁ ଅରିନ୍ଦମ ସର୍କେଲକୁ ପ୍ରାର୍ଥୀ କରିଛି ଦଳ। ସେପଟେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ଵୀବଲ୍ଲଭ ପଟ୍ଟନାୟକ। ସେ ବେଗୁନିଆରୁ ପ୍ରାର୍ଥୀ ହୋଇଛନ୍ତି। ବାଲେଶ୍ୱରରୁ ମାନସ ଦାସ ପଟ୍ଟନାୟକ, ବଡମ୍ବାରୁ ବବି ମହାନ୍ତି, ପିପିଲିରୁ ଯୁଧିଷ୍ଠିର ସାମନ୍ତରାୟ, ଧର୍ମଶାଳାରୁ ସ୍ମୃତିରେଖା ପହି ଓ ହିନ୍ଦୋଳ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ତ୍ରିନାଥ ବେହେରା।