ନୟାଗଡ଼ : ବିଜୁ ଜନତା ଦଳର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ନୟାଗଡ଼ ବିଧାନ ସଭା ନିମନ୍ତେ ଆଜି ପାର୍ଥିପତ୍ର ଦାଖଲ କରିଛନ୍ତି |
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପାର୍ଥି ପତ୍ର ଦାଖଲ ର ଶେଷ ଦିନ ଥିଲ ବେଳେ ଶ୍ରୀ ସାହୁ ବିରାଟ ପଟୁଆରରେ ସମର୍ଥକଙ୍କ ସହିତ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ଦାଖଲ କରିଛନ୍ତି |ନବୀନ ପଟନାୟକଙ୍କ ପ୍ରତି ସାରା ଓଡ଼ିଶାର ଅତୁଟ ଭଲପାଇବା ଥିବାବେଳେ ନୟାଗଡ଼ ବାସି ତାହାକୁ ପୁଣି ଥରେ ଦୋହରାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି |
ଯାହାକି ଆଜିର ଏହି ବିଶାଳ ପାଟୁଆରରୁ ଜଣା ବାରି ହୋଇ ପଡୁଥିବା ସେ କହିଛନ୍ତି |