ନୂଆଦିଲ୍ଲୀ : ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗର ଏକ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଗୁରୁବାର ଦିଲ୍ଲୀ କ୍ୟାପିଟାଲସକୁ ୫ ୱିକେଟରେ ପରାସ୍ତ କରିଛି । ହାଇଦ୍ରାବାଦ ଟିମର ଅଧିନାୟକ ଭୁବନେଶ୍ୱର କୁମାର ଟସ ଜଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଏବଂ ଦିଲ୍ଲୀକୁ ୨୦ ଓଭରରେ ୮ ୱିକେଟ ନେଇ ୧୨୯ ରନରେ ଅଟକାଇଥିଲେ । ଏହି ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୧୮.୩ ଓଭରରେ ହାସଲ କରିଥିଲା ।
ଆରମ୍ଭରୁ ହାଇଦ୍ରାବାଦ ଭଲ ବ୍ୟାଟିଂ କରିଥିଲା । ଦଳ ପ୍ରଥମ ୱିକେଟ ବେଳକୁ ୬୪ ରନ କରିଥିଲା । ମାତ୍ର ପରେ ଖେଳାଳିମାନଙ୍କର ବ୍ୟସ୍ତତା ଯୋଗୁଁ କିଛି ୱିକେଟ ହରାଇ ଥିଲା । ମାତ୍ର ପରେ ଦଳ ୯ ଟି ବଲ ବାକି ଥାଇ ମ୍ୟାଚ ଜିତିଥିଲା ।
ଅତିଥି ଟିମ ଲାଗି ଜନି ବେୟାରଷ୍ଟୋ ୨୮ ବଲ ଖେଳି ଏକ ଛକା ଏବଂ ୯ ଚୌକା ବଳରେ ୪୮ରନ କରିଥିଲେ । ସେ ଡାଭଡ ୱାର୍ଣ୍ଣରଙ୍କ ସହିତ ପ୍ରଥମ ୱିକେଟ ଭାବରେ ଆଉଟ ହେବା ପୂର୍ବରୁ ୬୪ ରନ ଭାଗିଦାରୀ ହୋଇଥିଲେ । ଏଯାଏଁ ହାଇଦ୍ରାବାଦର ସବୁକିଛି ଠିକଠାକ ଚାଲିଥିଲା କିନ୍ତୁ ୪ ରନ ପରେ ଦଳ ୱାର୍ଣ୍ଣର (୧୦ ରନ)ଙ୍କୁ ହରାଇଥିଲା । ହାଇଦ୍ରାବାଦ ନିଜର ୩ୟ ୱିକେଟକୁ ୯୫ ରନରେ ହରାଇଥିଲା । ମନୀଷ ପାଣ୍ଡେ ମାତ୍ର ୧୦ ରନ କରି ପାଭଲିଅନ ଫେରି ଯାଇଥିଲେ । ସେହିପରି ବିଜୟ ଶଙ୍କର (୧୬ ରନ) ସ୍କୋର ୧୦୧ ରନରେ ଆଉଟ ହୋଇଥିଲେ । ସେହିଭଳି ଦିପକ ହୁଡ୍ଡା ମଧ୍ୟ ବ୍ୟକ୍ତିଗତ ସ୍କୋର ୧୦ ରନରେ ଆଉଟ ହୋଇଥିଲେ । ସେତେବେଳକୁ ହାଇଦ୍ରାବାଦ ଦୁର୍ବଳ ମନେ ହେଉଥିଲା । ମାତ୍ର ମହମ୍ମଦ ନାବିଙ୍କ ଅପରାଜିତ ଓ ୟୁସୁଫ ପଠାନଙ୍କ ଅପରାଜିତ ୯ ରନ ହାଇଦ୍ରାବଦକୁ ଚଳିତ ସଂସ୍କରଣରେ ୩ୟ ବିଜୟ ଆଣି ଦେଇଥିଲା ।