ଭୁବନେଶ୍ୱର : କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଟିକେଟ୍ ନେଇଥିବା ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ହଟହଟା ହେବାକୁ ପଡ଼ିଛି। ୫ଦିନ ପୂର୍ବରୁ ବିଜେଡିରେ ମିଶିଥିବା ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କୁ ଆଜି ବିଜେଡି ଟିକେଟ୍ ମିଳିଛି। ସେ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ଚଳିତ ନିର୍ବାଚନରେ କାକଟପୁର ବିଧାନସଭା ଆସନ ପାଇଁ ସୁରେନ୍ଦ୍ର ସେଠୀଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଥିଲା। ଗତ ଶୁକ୍ରବାର ନିଜର ନାମାଙ୍କନ ପତ୍ର ଦାଖଲ ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ।