ମାଲକାନଗିରି : ମାଲକାନଗିର ଜିଲ୍ଲାରେ ଏଥର ସମସ୍ତ ଭୋଟର ମତଦାନ କରିବେ । ବାଦ ପଡିବେ ନାହିଁ ଭିନ୍ନକ୍ଷମ ଭୋଟର ଏମିତି ଏକ ବାର୍ତ୍ତା ନେଇ ଲୋକଙ୍କୁ ସଚେତନ କରାଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଭୋଟରଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିବା ଲାଗି ସ୍ବତନ୍ତ୍ର ବ୍ୟବସ୍ତା କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ ।
ସ୍ବତନ୍ତ୍ର ଗାଡିରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିବା ପରେ ସେମାନଙ୍କ ଲାଗି ପାନୀୟ ଜଳ ବ୍ୟବସ୍ତା ସହ ହୁଇଲ ଚେୟାର ମାଧ୍ୟରେ ସେମାନଙ୍କ ମତଦାନ କେନ୍ଦ୍ର ଭିତରେ ନିଆଯିବ ଏଥିପାଇଁ ସାଧାରଣ ଭୋଟରଙ୍କ ପରି ସେମାନଙ୍କୁ ଲମ୍ବା ଧାଡିରେ ମଧ୍ୟ ଠିଆ ହେବାକୁ ପଡିବ ନାହିଁ ।