Odia News Portal

ରାଫେଲ୍ ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ ଝଟ୍‌କା

ନୂଆଦିଲ୍ଲୀ : ରାଫେଲ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କୁ ବଡ ଝଟକା ଲାଗିଛି ।  ପୁଣି ଥରେ ସୁପ୍ରିମକୋର୍ଟରେ ରାଫେଲ ମାମଲାର ଶୁଣାଣି ହେବ । ମାମଲାର ଦ୍ବିତୀୟ ଥର ପାଇଁ ଶୁଣାଣି କରିବେ କୋର୍ଟ । ସୁପ୍ରିମକୋର୍ଟ ଆଜି ରିଭ୍ୟୁ ପିଟିସନ ଉପରେ ରାୟ ଶୁଣାଇଥାନ୍ତେ। ରିଭ୍ୟୁ ପିଟିସନ ପାଇଁ ଅନୈତିକ ଉପାୟରେ ପ୍ରତିପକ୍ଷ ହାସଲ କରିଥିବା  ରାଫେଲ ଡିଲ୍ ସମ୍ପର୍କରେ ବିଶେଷାଧିକାରପ୍ରାପ୍ତ ନଥିପତ୍ରକୁ ପ୍ରମାଣଭାବେ ଗ୍ରହଣ କରାଯିବ କି ନାହିଁ ସେ ସମ୍ପର୍କରେ ସୁପ୍ରିମକୋର୍ଟ ରାୟ ଶୁଣାଇଥାନ୍ତେ। ସରକାରଙ୍କ ଯୁକ୍ତି ଅନୈତିକଭାବେ ହାସଲ ଦସ୍ତାବିଜ ନକଲ ଦେଇଛନ୍ତି ପ୍ରତିପକ୍ଷ। ଏହାକୁ ପ୍ରମାଣଭାବେ ଗ୍ରହଣ କରା ନଯାଉ।  ଏପଟେ ରାଫଲ କାରବାର ସମ୍ପର୍କରେ ସବୁ ତଥ୍ୟର ତର୍ଜମା ପାଇଁ ଆବେଦନ କରିଛନ୍ତି  ଆବେଦନକାରୀ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଗତ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ରାଫେଲ ଲଢ଼ୁଆ ବିମାନ କିଣା ବିରୋଧରେ ସମସ୍ତ ଆବେଦନକୁ ଖାରଜ କରି ଦେଇଥିଲେ ।  ସୁପ୍ରିମକୋର୍ଟ  ମାର୍ଚ୍ଚ ୧୪ରେ ଏହି ମାମଲାରେ ନିଜର ରାୟକୁ ସଂରକ୍ଷିତ ରଖିଥିଲେ।