Odia News Portal

୬ଟି ମ୍ୟାଚ ହାରିବା ପରେ ପ୍ରଥମ ଥର ବେଙ୍ଗାଲୁରୁ ୮ ୱିକେଟରେ ବିଜୟୀ

ମୋହାଲି : ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସକୁ ପ୍ରଥବ ଥର ପାଇଁ ବିଜୟ ମିଳିଛି । ମୋହାଲି ଷ୍ଟାଡିୟମରେ ଆଇପିଏଲ-୧୨ର ୨୮ତମ ମ୍ୟାଚରେ ପଂଜାବ ବିପକ୍ଷରେ ବେଙ୍ଗାଲୁରୁ ୮ ୱିକେଟରେ ବିଜୟୀ ହୋଇଛି । ଦ୍ୱିତୀୟ ଇନିଂସରେ ୧୭୪ ରନ ବିଜୟ ଲକ୍ଷ୍ୟ ନେଇ ବେଙ୍ଗାଲୁରୁ ବ୍ୟାଟିଂ କରିଥିଲା ଏବଂ ଏହାକୁ ୧୯.୨ ଓଭରରେ ହାସଲ କରିଥିଲା ।

ବେଙ୍ଗାଲୁରୁ ପୂର୍ବରୁ ୬ଟି ମ୍ୟାଚରେ ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ, ରାଜସ୍ଥାନ ଓ ହାଇଦ୍ରାବାଦ ଠାରୁ ମ୍ୟାଚ ହାରିଥିଲା । ବେଙ୍ଗାଲୁରୁ ଟିମରେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର (୬୭ ରନ, ୫୩ ବଲ, ୮ ଚୌକା) ଓ ବିରାଟ କୋହଲିଙ୍କ ଭଳି ବିଶ୍ୱସ୍ତରୀୟ କ୍ରିକେଟର ଥାଇ ବି ପୂର୍ବରୁ ଦଳକୁ ମ୍ୟାଚ ଜିତିବାରେ ସଫଳତା ମିଳୁ ନଥିଲା ।

ବେଙ୍ଗାଲୁରୁ ଟିମର ଓପନର ପାର୍ଥିବ ପଟେଲ ୧୯ ରନ ଓ ଅଧିନାୟକ ବିରାଟ କୋହଲି ୬୭ ରନ କରି ଆଉଟ ହୋଇଥିଲେ । ଏହା ପରେ ବାକି ରନ ଗୁଡ଼ିକ ଏବି ଡିଭିଲିୟର୍ସ ଏବଂ ମାର୍କସ ଷ୍ଟୋଇନିସ (୨୮ ରନ, ୧୬ ବଲ, ୪ ଚୌକା) ସଂଗ୍ରହ କରିଥିଲେ । ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ପାର୍ଥିବ ପଟେଲ ଆଉଟ ହେବା ପୂବରୁ ଦଳର ସ୍କୋର ୪୩ ରନରେ ପହଂଚି ସାରିଥିଲା । ବେଙ୍ଗାଲୁରୁର ସ୍କୋର ୧୨୮ ରନରେ ମହମ୍ମଦ ସାମିଙ୍କ ବଲରେ କୋହଲି ଆଉଟ ହୋଇଥିଲେ । ପୂର୍ବରୁ ପଂଜାବ କ୍ରିସ ଗେଲଙ୍କ ବିସ୍ଫୋରକ ୯୯ ରନ ବଳରେ ୧୭୩ ରନ କରିବା ପରେ ବେଙ୍ଗାଲୁରୁକୁ ୧୭୪ ରନ ଟାର୍ଗେଟ ମିଳିଥିଲା ।