Odia News Portal

ଆସନ୍ତାକାଲି ରାଉରକେଲା ଆସିଵେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ

ରାଉରକେଲା : ଆସନ୍ତାକାଲି ରାଉରକେଲା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟ ନାଥ । ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ । ଏହି ଅବସରରେ ଦିଲୀପ ରାୟଙ୍କ ବିଷୟରେ ମୁହଁ ଖୋଲିଛନ୍ତି ଜୁଏଲ । କହିଛନ୍ତି, ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍ ସମ୍ପର୍କରେ ମାଗିଥିବା ସୂଚନା ତାଙ୍କୁ ଦିଆସରିଛି। ଏବେ ସେ ଖୁସି ଅଛନ୍ତି । କିଛିଦିନ ପୂର୍ବରୁ ଦିଲୀପ ରାୟ ସୋସିଆଲ ମିଡିଆରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍ ପାଇଁ ମୋଦିଙ୍କୁ ପ୍ରଶଂସା କରିଥିଲେ ।